ନିୟମିତ ଲିପଷ୍ଟିକ ବ୍ୟବହାର କରୁଛନ୍ତି କି ? ଜାଣନ୍ତୁ ଏହାର କୁପ୍ରଭାବ
ଲିପଷ୍ଟିକ ବିନା ମହିଳା ମାନଙ୍କର ପ୍ରସାଧନ ସମ୍ପୂର୍ଣ୍ଣ ହୁଏନି । ଅନ୍ୟ ମେକଅପ୍ ସାମଗ୍ରୀ ଅପେକ୍ଷା ମହିଳାମାନେ ଲିପଷ୍ଟିକକୁ ଅଧିକ ଗରୁତ୍ୱ ଦିଅନ୍ତି । କାରଣ ଲିପଷ୍ଟିକ ବ୍ୟତୀତ ପ୍ରସାଧନ ଖାଲି ଖାଲି ଲାଗେ । କିଛି ମହିଳା ଅନ୍ୟ କୌଣସିି ମେକଅପ୍ ସାମଗ୍ରୀ ବ୍ୟବହାର କରନ୍ତୁ ବା ନକରନ୍ତୁ କିନ୍ତୁ ଲିପଷ୍ଟିକ ଲଗାଇବା ପାଇଁ ଭୁଲନ୍ତି ନାହିଁ । ଯଦି ଆପଣ ବି ନିୟମିତ ଲିପଷ୍ଟିକ ବ୍ୟବହାର କରୁଛନ୍ତି ତେବେ ଏହାର କୁପ୍ରଭାବ କ’ଣ ରହିଛି ଜାଣନ୍ତୁ । ବୋଧହୁଏ ଆପଣ ଜାଣି ନଥିବେ ଲିପଷ୍ଟିକରେ ସୀସାର ବ୍ୟବହାର ହୋଇଥାଏ, ଯାହା ଆପଣଙ୍କ ଶରୀରକୁ ଅନେକ କ୍ଷତି ପହଞ୍ଚାଇଥାଏ । ଏଥଯୋଗୁଁ ଆପଣଙ୍କ ମୁଲାୟମ ଓଠ ଶୁଖିଲା ବି ହୋଇଯାଇପାରେ । ଲିପଷ୍ଟିକ ତିଆରିବେଳେ ବ୍ୟବହୃତ ହେଉଥିବା କେମିକାଲ କର୍କଟ ପରି ମାରାତ୍ମକ ରୋଗର ଆଶଙ୍କା ଉପୁଜାଇଥାଏ । କର୍କଟ ରୋଗର ଆଶଙ୍କା – ଲିପଷ୍ଟିକରେ ବହୁତ ମାତ୍ରାରେ ସୀସାର ବ୍ୟହାର ହେୁଥିବା ଯୋଗୁଁ ଏଥିରେ କ୍ୟାନସର ହେବାର ଆଶଙ୍କା ଥାଏ । କେବଳ ଏତିକି ନୁହଁ ଲିପଷ୍ଟିକ ଶରୀର ଭିତରକୁ ଯାଇ ରୋଗପ୍ରତିରୋଧକ ଶକ୍ତିକୁ କମ କରିଦିଏ । ବୃକକ ଜନିତ ରୋଗ – ଲିପଷ୍ଟିକ ତିଆରି ବେଳେ ସୀସା, କ୍ୟାଡମିୟକ, କ୍ରୋମିୟମ, ଓ ଆଲୁମିନିୟମ ପରି ଧାତୁର ବ୍ୟହାର କରାଯାଏ, ଯାହ ଭୟଙ୍କର ରୋଗ ପାଇଁ ଦାୟୀ ଅଟେ । ବେବଳ ଏତିକି ନୁହେଁ ଲିପଷ୍ଟିକ ଶରୀରର ଆଭ୍ୟନ୍ତରୀଣ ଅଙ୍ଗକୁ ପୁରା ଖରାପ କରିଦେବା...