ଆପଣଙ୍କ ଚନ୍ଦାପଣକୁ ନେଇ ଚିନ୍ତିତ କି ? ଜାଣନ୍ତୁ କଣ ଖାଇବେ
କେଶକୁ ନେଇ ଉଭୟ ମହିଳା ଓ ପୁରୁଷ ଚିନ୍ତିତ
ଥାଆନ୍ତି । ଯଦି ଚୁଟି ଉପୁଡୁଥାଏ, ତେବେ ଚିନ୍ତା ଆହୁରି ବଢିଯାଇଥାଏ । ଝିଅ ହୁଅନ୍ତୁ
ଅବା ପୁଅ ପ୍ରାୟ ସମସ୍ତେ ଆଜିକାଲି ଅନେକ ପ୍ରକାର ନୂଆନୂଆ ହେୟାର ଷ୍ଟାଇଲ କରୁଛନ୍ତି ।
ବିଶେଷ କରି କଲେଜ ପଢୁଆ ଯୁବକ ଯୁବତୀ ମଧ୍ୟରେ ଏହି କ୍ରେଜ୍ ଅଧିକ ଦେଖିବାକୁ ମିଳିଥାଏ ।
ହେଲେ ଆଜିକାଲି ଅଧିକାଂଶ ଯୁବକଯୁବତୀଙ୍କର ଚୁଟି ଉପୁଡିବା ଏକ ସମସ୍ୟାରେ ପରିଣତ
ହୋଇଗଲାଣି । ପରିବର୍ତିତ ପାଣିପାଗ ଓ ଜଳବାୟୁ ଯୋଗୁ କମ ବୟସରେ ବହୁତ ଲୋକ ଚନ୍ଦା
ହୋଇଯାଉଛନ୍ତି। ଆଧୁନିକ ଜୀବନଶୈଳୀ, ମସଲା ଯୁକ୍ତ ଖାଦ୍ୟ ଓ ଅଧିକ ଷ୍ଟ୍ରେସ କାରଣରୁ
ଚୁଟି ଉପୁଡିଥାଏ ବୋଲି ଡାକ୍ତର କହିଥାନ୍ତି। ତେବେ ଆସନ୍ତୁ ଜାଣିବା ଏପରି କିଛି ଖାଦ୍ୟ
ଯାହାକୁ ଖାଇଲେ ଚନ୍ଦାପଣରୁ ଆପଣ ମୁକ୍ତି ପାଇପାରିବେ ।
ସବୁଜ ପନିପରିବା: ସବୁଜ
ପନିପରିବାରେ ଭିଟାମିନ ‘ଏ’ ପ୍ରଚୁର ପରିମାଣରେ ଥାଏ। ଭିଟାମିନ୍ ‘ଏ’ ତ୍ୱଚା ଓ କେଶକୁ
ମଜଭୁତ କରିଥାଏ। ଏହାଛଡା ମାଛ ତେଲ, ଅଣ୍ଡା ଓ କ୍ଷୀରରେ ମଧ୍ୟ ଭିଟାମିନ ‘ଏ’ ପ୍ରଚୁର
ପରିମାଣରେ ଥାଏ।
ପାଳଙ୍ଗ: ପ୍ରତିଦିନ ଖାଦ୍ୟ
ମେନୁରେ ଶାଗ ରଖିବାକୁ ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି। ବିଶେଷ କରି ପାଳଙ୍ଗ ଶାଗ
ଖାଇବା ସ୍ୱାସ୍ଥ୍ୟପ୍ରତି ହିତକର। ପାଳଙ୍ଗରେ ଆଇରନ ପ୍ରଚୁର ମାତ୍ରାରେ ଥାଏ। ପାଳଙ୍ଗରେ
ସିବମ ଭଳି ଏକ ତତ୍ତ୍ୱ ରହିଛି, ଯାହା କେଶ ପାଇଁ ପ୍ରାକୁତିକ କଣ୍ଡିସନର କାମ କରିଥାଏ।
ପାଳଙ୍ଗରୁ ଓମେଗା-୩ ଏସିଡ, ମ୍ୟାଗ୍ନେସିୟମ, ପୋଟାସିୟମ, କ୍ୟାଲସିୟମ ଓ ଆଇରନ ମିଳିଥାଏ।
ଏହା କେଶକୁ ମଜଭୁତ କରିବା ସହ ଚମକ ବଢାଇଥାଏ।
ସି ଫୁଡ: ଶରୀରରେ ଜିଙ୍କ
କମ୍ କାରଣରୁ ରୂପି ଓ ଚୁଟି ଝଡିବା ସମସ୍ୟା ଦେଖାଯାଇଥାଏ। ଜିଙ୍କ ଏପରି ଏକ ମିନେରାଲ
ଯାହା ନୂତନ କୋଶିକା ଉତ୍ପନ କରି ଏହି ସମସ୍ୟା ଦୂର କରିଥାଏ। ସି ଫୁଡରେ ପ୍ରଚୁର
ପରିମାଣରେ ଜିଙ୍କ ଥାଏ। ଏହାସହ ଅଣ୍ଡା, କ୍ଷୀର ଓ ନଟସ୍ରେ ମଧ୍ୟ ଜିଙ୍କ ମିଳିଥାଏ।
ଡାଲଚିନି: ଡାଲଚିନି ରକ୍ତ
ପ୍ରବାହ ବଢାଇଥାଏ ଓ କେଶର ଛିଦ୍ରକୁ ପୋଷକ ଯୋଗାଇଥାଏ। କଫି କିମ୍ୱା ଟୋଷ୍ଟରେ ଡାଲଚିନି
ପାଉଡର ପକାଇ ଖାଇଲେ କେଶ ଝଡ଼ିବାରୁ ମୁକ୍ତି ମିଳିଥାଏ।
ମନେରଖନ୍ତୁ ଯଦି ନିୟମିତ ଏହି ଖାଦ୍ୟ ଖାଇବେ ତେବେ ଆପଣ ଚନ୍ଦାପଣରୁ ନିଜକୁ ମୁକ୍ତି କରିପାରିବେ ।

Comments
Post a Comment