କେମିତି ସୁନ୍ଦର ଦେଖାଯିବ ଆଖି
ଆଖିକୁ ନେଇ ମହିଳାମାନେ ବେଶ ଚିନ୍ତିତ ଥାଆନ୍ତି ।
କାରଣ ଆଖି ମୁହଁର ସୌନ୍ଦର୍ୟ୍ୟକୁ ଦ୍ୱିଗୁଣିତ କରିଥାଏ।ସୁନ୍ଦର ଆଖି ପାଇଁ ଅନେକ ପାଗଳ
ହୋଇଥାଆନ୍ତି । ବିଭିନ୍ନ ଟିପସ ନେବା ସହ ଅନେକ ଘରୋଇ ଉପଚାର ମଧ୍ୟ କରିଥାନ୍ତି ମହିଳା ।
ତେବେ ଅନେକ ସମୟରେ ଲୋକଙ୍କର ଆଖିତଳ କଳା ପଡ଼ିଥିବାର ଦେଖାଯାଏ । ସେଥିପାଇଁ ସେମାନେ
ଟେନସନ ରହିଥାନ୍ତି। ବଜାରରେ ମିଳୁଥିବା ବିଭିନ୍ନ ବ୍ରାଂଡର ନାମୀଦାମୀ କ୍ରିମ୍ବ୍ୟବହାର
କରିଥାନ୍ତି । ଯଦି ଆଖି ତଳ କଳା ପଡିଥାଏ ଚିନ୍ତା ନକରି ଜାଣିରଖନ୍ତୁ କଣ କରିବା ଉଚିତ ।
-ଆଖି ତଳ କଳା ପଡ଼ିବା ବଂଶଗତ ରୋଗ ହୋଇଥାଏ।
ରକ୍ତଚାପ ଓ ରକ୍ତହୀନତା ଯୋଗୁ ମଧ୍ୟ ଏପରି ହୋଇଥାଏ। ଯଦି ଏସବୁର ସମସ୍ୟା ଥାଏ ତାହାହେଲେ
ଡାକ୍ତରଙ୍କ ସହ ତୁରନ୍ତ ପରାମର୍ଶ କରନ୍ତୁ।
-ଆଖି ତଳ କଳା ପଡୁଥିଲେ ନଡିଆ ତେଲରେ କିଛି ଆଲମଣ୍ଡ ତେଲ ମିଶାଇ ଆଖି ଚାରିପାଖରେ ଧୀରେ ଧୀରେ ଲଗାନ୍ତୁ।
– କାକୁଡ଼ି ଓ ଆଳୁକୁ ଗୋଲେଇ ଗୋଲେଇ କରି କାଟିବା
ସହ ଆଖି ଚାରିପାଖେ ପନ୍ଦର ମିନିଟ ରଖି କିଛି ସମୟ ପରେ ଧୋଇ ଦିଅନ୍ତୁ । ଏପରି ନିୟମିତ
କରିବା ଦ୍ୱାରା କଳା ଦାଗ ଛାଡିବା ସହ ଆଖି ସୁନ୍ଦର ଦେଖାଯାଇଥା ଏ ।
-ବ୍ଲାକ୍ ଟି ତିଆରି କରି ଥଣ୍ଡା ହେବା ପରେ
ତୁଳାରେ ବୁଡ଼ାଇ ଆଖି ତଳେ ଲଗାନ୍ତୁ। ଏହା ସହ ପୋଦିନା ପତ୍ର ରସକୁ ଆଖି ତଳେ ଲଗାନ୍ତୁ ।
ଆଖି ତଳ କଳା ହେବାରୁ ମୁକ୍ତି ପାଇବେ ।
-ଯଦି କମ୍ପ୍ୟୁଟର ସାମ୍ନାରେ ଅଧିକ ସମୟ ବସି କାମ କରିବାକୁ ପଡୁଛି ତେବେ ଆଖିରେ ଆଂଟି ରିଫ୍ଲେକସନ ଗ୍ଲାସ ବ୍ୟବହାର କରନ୍ତୁ ।

Comments
Post a Comment