ଆପଣଙ୍କ ତ୍ୱଚାରେ ଦାଗ ରହିଛି କି ? ତେବେ ବ୍ୟବହାର କରନ୍ତୁ ଘର ତିଆରି ଫେସମାସ୍କ
ସାଧାରଣତଃ ରୋଷେଇ ଘରର ଯଦି କାହାରିକୁ ଜୀବନ
ବୋଲି କୁହାଯାଏ ତ,ତେବେ ତାହା ଯେ ଆଳୁ,ଏଥିରେ କାହାରି ବି ସନ୍ଦେହ କରିବାର ନାହିଁ ।
କାହିଁକି ନା ଏହି ଆଳୁରେ ହିଁ ରହିଛି ସମସ୍ତ ପରିବାର ଅଭାବକୁ ପୂରଣ କରିବାର ଦମ୍ ।
ତେବେ ଆଜି ଆମେ ଆପଣଙ୍କୁ ଏହି ଆଳୁକୁ ନେଇ ପ୍ରସ୍ତୁତ ହୋଇଥିବା ଏକ ‘ଫେସମାସ୍କ’ବିଷୟରେ
କହିବୁ, ଯାହାକି ଆପଣଙ୍କ ତ୍ୱଚାରେ ରହିଥିବା ସମସ୍ତ ଦାଗଦାଗକୁ ଦୂରାଇଦେଇଥାଏ । ଆସନ୍ତୁ
ଜାଣିବା ଆଳୁର ‘ଫେସମାସ୍କ’କୁ ପ୍ରସ୍ତୁତ କରିବାର ଉପାୟ ।
ଆବଶ୍ୟକୀୟ ସାମଗ୍ରୀ
ଏକ ଚାମଚ ଆଳୁର ରସ ।
୫ରୁ ୬ବୁନ୍ଦା ଲେମ୍ବୁ ରସ ।
ଏକ ଚାମଚ ଗୋଲାପ ଜଳ ।
ପ୍ରସ୍ତୁତି ପ୍ରଣାଳୀ
• ତେବେ ଏହି ‘ଫେସମାସ୍କ’କୁ ପ୍ରସ୍ତୁତ କରିବାକୁ ହେଲେ ସର୍ବ ପ୍ରଥମେ ଆପଣଙ୍କୁ ଆଳୁର ଚୋପାକୁ ଛଡ଼ାଇ ତାହାର ଏକ ପେଷ୍ଟ୍ ବନାଇବାକୁ ପଡ଼ିବ ।
• ଏହାପରେ ଆପଣଙ୍କୁ ଏହାର ପେଷ୍ଟକୁ କୌଣସି ଏକ ଧଳା କପଡ଼ାରେ ଛାଣିକରି ତାହାର ରସକୁ ବାହର କରିବାକୁ ହେବ ।
ଏହାପରେ ଆପଣଙ୍କୁ ଏକ ପାତ୍ର ନେଇ ସେଥିମଧ୍ୟରେ
ଏକ ବଡ଼ ଚାମଚରେ ଚାମଚେ ଆଳୁର ରସ, ୫ରୁ ୬ ବୁନ୍ଦା ଲେମ୍ବୁ ରସ ଏବଂ ଏକ ଛୋଟ ଚାମଚରେ
ଚାମଚେ ଗୋଲାପ ଜଳକୁ ମିଶ୍ରଣ କରି ଏହାର ଏକ ‘ଫେସମାସ୍କ’ ପ୍ରସ୍ତୁତ କରିବାକୁ ହେବ ।
• ଏହାପରେ ଆପଣଙ୍କୁ ଏହି ‘ଫେସମାସ୍କ’କୁ ତ୍ୱଚାରେ ୧୦ରୁ ୧୫ ମିନିଟ୍ ପର୍ଯ୍ୟନ୍ତ ଲଗାଇବାକୁ ପଡ଼ିବ ।
• ଏହାପରେ ଆପଣଙ୍କୁ ଏହି ‘ଫେସମାସ୍କ’କୁ ଆପଣଙ୍କ ତ୍ୱଚାରୁ ଧୋଇଦେବାକୁ ହେବ ।
• ତେବେ ଏହି ‘ଫେସମାସ୍କ’କୁ ଆପଣ ଆରମ୍ଭରୁ ପ୍ରତ୍ୟେକ ଦୁଇ ଦିନର ବ୍ୟବଧାନରେ ଲଗାଇବାକୁ ହେବ ।
ଯେତେବେଳେ ଆପଣ ଏହାର ଫରକ୍ ଦେଖିବାକୁ ପାଇବେ
ତ,ଏହି ଉପାୟର ପ୍ରୟୋଗକୁ ଆପଣଙ୍କୁ ପ୍ରତ୍ୟେକ ସପ୍ତାହକ ମଧ୍ୟରେ ଦୁଇଥର କରିବାକୁ ପଡ଼ିବ ।
ତେବେ ଧ୍ୟାନ ରଖନ୍ତୁ, ଯେଉଁ ଲୋକମାନଙ୍କର ତ୍ୱଚା ସେନସେଟିଭ୍ ଅଟେ,ସେମାନେ ଏହାର
ପ୍ରୟୋଗ ଠାରୁ ଦୂରେଇ ରହିବା ଆବଶ୍ୟକ ।

Comments
Post a Comment