ପତଳା କେଶକୁ ଘନ କରିବାର ଉପାୟ ଜାଣନ୍ତୁ . . . .
ଏମିତି ଅନେକ କାରଣ ଅଛି ଯାହା କେଶ ପଳତା ବେହା ପାଇଁ ଦାୟୀ । ଭିଟାମିନର ମାତ୍ରା କମ୍, କେଶର ଉପଯୁକ୍ତ ଧ୍ୟାନ ନେଦେବା, ଷ୍ଟାଇଲ ପାଇଁ ହିଟ୍ ଟୁଲର ବ୍ୟବହାର କରିବା ଓ ପ୍ରଦୂଷିତ ବାୟୁ ସଂସ୍ପର୍ଷରେ ଆସି କେଶ ପତଳା ହେବାରେ ଲାଗିଥାଏ । ସବୁଠାରୁ ଭଲ ଗରୁତ୍ୱପୂର୍ଣ୍ଣ କଥା ହେଲା ଏହିି ସମସ୍ୟା ଥିଲେ ଖୁବ ଶୀଘ୍ର ଉପଚାର କରିବା ଜରୁରୀ । ଏବଂ ସବୁଠାରୁ ଭଲ କଥା ହେଲା ଏଥିପାଇଁ ପ୍ରାକୃତିକ ଉପଚାର ଅଧିକ ଗୁଣକାରୀ । ଘନ କେଶ ପାଇଁ କିଛି ପ୍ରାକୃତିକ ଉପଚାର ବିଷୟରେ ଜାଣନ୍ତୁ . . . . .
୧. ଅଣ୍ଡାର ଧଳା ଅଂଶକୁ ପ୍ରୋଟିନ୍ ପ୍ରଚୁର
ମାତ୍ରାରେ ମହଜୁଦ ଥାଏ । ଯାହା କେଶକୁ ଘନ କରେ ଏବଂ କେଶ ବୃଦ୍ଧି କରିରେ ସହାୟକ ହୋଇଥାଏ
। ଏହା ବ୍ୟତୀତ ଅଣ୍ଡାର ଧଳା ଅଂଶକୁ ନେଇ ମୁଣ୍ଡରେ ଲଗାନ୍ତୁ । ଅଳ୍ପ ଉଷୁମ ପାଣିରେ
ସାମ୍ପୋ କରନ୍ତୁ । କିଛି ଦିନ ଏପରି କରିବା ଦ୍ୱାରା ଆପଣ ଫରକ ଅନୁଭବ କରିପାରିବେ ।
୨. ମେଥି କେଶ ପାଇଁ ବୃଦ୍ଧି କରିବାରେ ସହୟକ
ହୋଇଥାଏ । ଏହା କେଶକୁ ଘନ କରିବାରେ ମଧ୍ୟ ସାହାଯ୍ୟ କରେ । ମୁଠାଏ ମେଥି ନେଇ ଏକ
ପାତ୍ରରେ ଭିଜାଇ ରଖନ୍ତୁ । ୫-୬ ଘଂଟା ପରେ ଏହାକୁ ବାଟି ଦିଅନ୍ତୁ । ଏହି ପେଷ୍ଟକୁ
ତ୍ୱଚାରେ ଲଗାନ୍ତୁ ଏବଂ ଏକ ଘଂଟା ପର୍ଯ୍ୟନ୍ତ ରଖନ୍ତୁ । ପରେ ଅଳ୍ପ ଉଷୁମ ପାଣିରେ
କେଶକୁ ଧୋଇ ଦିଅନ୍ତୁ । ଏହି ଉପଚାର ସପ୍ତାହକୁ ୨-୩ ଥର କରନ୍ତୁ, ଯାହାଦ୍ୱାରା କେଶ ଘନ
ଦେଖାଯିବ ।
୩. ଅଁଳା ରସ – ଅଁଳା ରସ ମଧ୍ୟ କେଶ ପାଇଁ ବେଶ
ଗୁଣକାରୀ । ଏହା କେବଳ କେଶଖୁ ଘନ କରେ ନାହିଁ କେଶର ସୌନ୍ଦର୍ଯ୍ୟ ମଧ୍ୟ ବଢ଼ାଏ । କେଶ
ମୂଳରେ ଅଁଳା ରସ ଲଗାନ୍ତୁ ଏବଂ ଅଳ୍ପ ଉଷୁମ ପାଣିରେ କେଶକୁ ଧୋଇ ଦିଅନ୍ତୁ । କେଶଶୁ ଘନ
କରିବା ପାଇଁ ସପ୍ତାହକୁ ଥରେ ଏପରି ପ୍ରୟୋଗ କରନ୍ତୁ ।
୪. ଘିଅକୁଆଁରୀ – ଘିଅକୁଆଁରୀ ଏକ ଔଷଧୀୟ ବୃକ୍ଷ ।
ଘିଅକୁଆରୀର ଔଷଧୀୟ ଗୁଣ ଅପାଣଙ୍କ କେଶକୁ ଘନ କରିବାରେ ସାହଯ୍ୟ କରେ । ଏହି ଜେଲକୁ କେଶ
ମୂଳେ ଲଗାନ୍ତୁ ଓ ଅଧା ଘଂଟା ପର୍ଯ୍ୟନ୍ତ ଛାଡ଼ି ଦିଅନ୍ତୁ । ତା’ପରେ ଉଷୁମ ପାଣିରେ
କେଶକୁ ଧୋଇ ଦିଅନ୍ତୁ । ପତଳା କେଶ ସମସ୍ୟାରୁ ରକ୍ଷା ପାଇବା ପାଇଁ ଏହି ଉପଚାର
ଆପଣାନ୍ତୁ ।

Comments
Post a Comment