ଶୀତଦିନରେ ତ୍ୱଚାକୁ କୋମଳ ରଖିବାକୁ ଚାହୁଁଛନ୍ତି କି ?
ଶୀତ ଦିନରେ ତ୍ୱଚାକୁ ଯତ୍ନ ନେବା ଭାରି କଷ୍ଟ
ଲାଗେ । କାରଣ ଜଳ ବି ଥଣ୍ଡା ଲାଗେ । ଯେଉଁଥି ପାଇଁ ଶୀତଦିନେ ଆମେ ତ୍ୱଚାର ଯତ୍ନ ଠିକ
ଭାବେ ନେଇପାରିନଥାଉ । ଯାହା ଫଳରେ ତ୍ୱଚା ଶୁଷ୍କ ଓ ରୁକ୍ଷ ଦେଖାଯାଏ । କିନ୍ତୁ ଆପଣ
ଏହି ତ୍ୱଚାକୁ ସ୍ଫଟ ରଖିବାକୁ ଚାହୁଁଛନ୍ତି କି ? ତେବେ ଆସନ୍ତୁ ଜାଣିବା, ସଫ୍ଟ ତ୍ୱଚା
ପାଇଁ ୱିଂଟର ସ୍ପେଶାଲ ଫେସ ୱାଶ ଆପଣାନ୍ତୁ ।
• ଏହାଛଡା ଷ୍ଟ୍ରବେରୀ ଫେସପ୍ୟାକ ବି ବ୍ୟବହାର
କରିପାରିବେ । ଏଥିପାଇଁ ଷ୍ଟ୍ରବେରୀର ମଞ୍ଜି ବାହାର କରି ତାକୁ ଗ୍ରାଇଣ୍ଡିଂ କରନ୍ତୁ ।
ଏହି ପେଷ୍ଟକୁ ମୁହଁରେ ଲଗାଇ କିଛି ସମୟ ପରେ ଧୋଇ ଦିଅନ୍ତୁ ।
• ହନି ଫେସପ୍ୟାକ ସବୁଠୁ ବେଷ୍ଟ । ଏଥିପାଇଁ ଦୁଇ
ଚାମଚ ମହୁକୁ ଗୋଲାପ ଜଳ ସହ ମିଶାନ୍ତୁ । ଏହାକୁ ମୁହଁରେ ଲଗାଇ ୧୦-୧୫ ମିନିଟ ପରେ
ଧୋଇଦିଅନ୍ତୁ । ଦେଖିବେ ତ୍ୱଚା ସଫ୍ଟ ଲାଗିବ ।
• ଆଲୋବେରା ଜେଲକୁ ଫେସପ୍ୟାକ ରୂପେ ବ୍ୟବହାର
କରିବାକୁ ଚାହୁଁଛନ୍ତି । ତାହା ହେଲେ ଏହାକୁ ମୁହଁରେ ୧୦-୧୫ ମିନିଟ ପର୍ଯ୍ୟନ୍ତ ଲଗାଇ
ରଖନ୍ତୁ । ପରେ ଏହାକୁ ଧୋଇ ଦିଅନ୍ତୁ ।
• ଆଲମଣ୍ଡ ଅଏଲ ଫେସଫ୍ୟାକ ପାଇଁ ବାଦାମ ତେଲକୁ କ୍ଷୀର ମଲାଇ ସହ ମୁହଁରେ ଲଗାନ୍ତୁ । ୧୦ମିନିଟ ପରେ ମୁହଁକୁ ଧୋଇ ଦିଅନ୍ତୁ ।
• ଲେମ୍ବୁ ରସ ସହିତ ଏକ ଚାମଚ ମହୁ ମିଶାଇ ଫେସ ପ୍ୟାକକୁ ମୁହଁରେ ଲଗାଇ ୧୦-୧୫ମିନିଟ ପର୍ଯ୍ୟନ୍ତ ରଖନ୍ତୁ । ପରେ ମୁହଁକୁ ଭଲଭାବେ ଧୋଇ ଦିଅନ୍ତୁ ।
• ଅଙ୍ଗୁରକୁ ଭଲଭାବେ ଗ୍ରାଇଣ୍ଡିଂ କରି ପ୍ୟାକ ପ୍ରସ୍ତୁତ କରନ୍ତୁ । ଆଉ ତାକୁ ମୁହଁରେ ଲଗାନ୍ତୁ । ଅଧାଘଂଟା ପରେ ମୁହଁକୁ ଧୋଇ ଦିଅନ୍ତୁ ।
• ପାଚିଲା ଅମୃତ ଭଣ୍ଡାକୁ ଭଲ ଭାବରେ ଚକଟି ମୁହଁରେ ଲଗାନ୍ତୁ । ଦଶ ମିନିଟ ପରେ ମୁହଁ ଧୋଇ ଦିଅନ୍ତୁ 
Comments
Post a Comment