ଆପଣଙ୍କ କେଶ ପତଳା ହୋଇ ଯାଉଛି କି, ଲଗାନ୍ତୁ ୪ ପ୍ରକାର କେଶ ମାସ୍କ ! ଶୀଘ୍ର ହେବ ମୋଟା
ଆମର ଦୈନନ୍ଦିନ ଜୀବନ ଏତେ ବ୍ୟସ୍ତବହୁଳ
ହୋଇଯାଇଛି ଯେ ଆମେ କାମ ବ୍ୟତୀତ ଅନ୍ୟ କୌଣସି ଜିନିଷ ଉପରେ ଧ୍ୟାନ ଦେଇ ପାରୁନାହାନ୍ତି ।
ଯାହାଦ୍ୱାରା ଆମ ଚେହେରାର କ୍ଷତି ହେବା ସହ କେଶକୁ ମଧ୍ୟ କ୍ଷତି ସହିବାକୁ ପଡୁଛି ।
କେଶ ପତଳା ହେବା ଆଜିକାଲିର ଏକ ସାଧାରଣ ସମସ୍ୟା ହୋଇଯାଇଛି ।
ଏବେ ସମସ୍ତେ ଏହି ରୋଗର ଶିକାର ହେୁଛନ୍ତିି ।
ଧୀରେ ଧୀରେ କେଶ ଝଡିବା ଦ୍ୱାରା ଆମର ଭିତର ଚର୍ମ ଦେଖାଯାଏ । ତେଣୁ ଆପଣ ସମୟ ଥାଉ ଥାଉ
କିଛି ଉପାୟ ଆପଣାଇ ଏଥିରୁ ରକ୍ଷା ପାଆନ୍ତୁ । ଆଜି ଆମେ ଆପଣଙ୍କୁ କିଛି କେଶ ମାସ୍କ
ବିଷୟରେ ଜଣାଇବୁ ।
ଅଣ୍ଡା ଓ ଘିଅକୁଆଁରୀ ମାସ୍କ-
ଅଣ୍ଡା ଓ ଘିଅକୁଆଁରୀ କେଶକୁ ମୋଟା କରିବାରେ
ସାହାଯ୍ୟ କରିଥାଏ । ଗୋଟିଏ ଅଣ୍ଡା ସହ ୨ ଚାମଚ ଘିଅକୁଆରୀ ରସ ମିଶାଇ ଏକ ମିଶ୍ରଣ
କରନ୍ତୁ । ଏହି ମିଶ୍ରଣକୁ କେଶରେ ଲଗାନ୍ତୁ ଓ ୧ ଘଣ୍ଟା ପରେ କେଶ ଧୋଇଦିଅନ୍ତୁ । ପରେ
କେଶକୁ ସାମ୍ପୋ କରିନିଅନ୍ତୁ । ପ୍ରତି ସପ୍ତାହରେ ଏପରି ଥରେ କରନ୍ତୁ ।
ମେଥିର କେଶ ମାସ୍କ-
ମେଥି କେବଳ ରୁପି ଦୂର କରେନି ଏହା କେଶମୂଳକୁ
ମଧ୍ୟ ମଜଭୂତ କରେ । ରାତିସାରା ମେଥିଦାନାକୁ ପାଣିରେ ଭିଜାଇ ରଖନ୍ତୁ ଓ ସକାଳେ ତାକୁ
ବାଟି କିଛି ଦହି ମିଶାନ୍ତୁ । ଏହି ମିଶ୍ରଣକୁ କେଶରେ ଲଗାଇ ଥଣ୍ଡା ପାଣିରେ ମୁଣ୍ଡ
ଧୋଇଦିଅନ୍ତୁ ।
କଦଳୀ ମାସ୍କ-
ବହୁତ ପୋଷଣ ପାଇଁ କେଶ ମୂଳରୁ ମୋଟା ହେବା ଦରକାର
। ଏଥିପାଇଁ ଏକ ପାଚିଲା କଦଳୀକ, ୨ ଚାମଚ ଜାଇତୁନ ତେଲ , ୨ ଚାମଚ ଲେମ୍ବୁ ରସ ଓ ୨
ଚାମଚ ନଡିଆ ତେଲ ମିଶାନ୍ତୁ । ଏହି ପେଷ୍ଟକୁୁ କେଶରେ ଲଗାଇ ୧୫ ମିନିଟ ଛାଡିଦିଅନ୍ତୁ ।
ଏହାପରେ ଥଣ୍ଡା ପାଣିରେ କେଶ ଧୋଇ ଦିଅନ୍ତୁ ।
ଦହି କେଶ ମାସ୍କ-
ଦହିରେ ଏନାଜାଈମ ଥିବାରୁ ଏହା ଶରୀର ପାଇଁ ଭଲ ।
ଏଥିରେ କଶ ମଜଭୁତ ରହେ ଓ କେଶ ଝଡିବା ବନ୍ଦ ହୋଇଯାଏ । ଏକ କପ ଦହିରେ, ୧ ଚାମଚ ମହୁ
ମିଶାଇ ଏକ ମିଶ୍ରଣ ତିଆରି କରନ୍ତୁ । ଏହାକୁ କେଶରେ ଲାଗାନ୍ତୁ ଏବଂ ପରେ ଥଣ୍ଡା ପାଣିରେ
ମୁଣ୍ଡ ଧୋଇ ଦିଅନ୍ତୁ 
Comments
Post a Comment