ଶୀତଦିନରେ ଶରୀର ଫାଟୁଛି କି ? ଆପଣାନ୍ତୁ କିଛି ଘରୋଇ ତେଲ, ଉଜ୍ଜଳ ଓ କୋମଳ ରହିବ ତ୍ୱଚା
ଶରୀର ପାଇଁ ମଏଶ୍ଚରାଇଜର ନିହାତି ଦରକାର । ଅଥାର୍ତ ଶୁଷ୍କ ଚର୍ମରେ ଚମକ ଆଣିବା ପାଇଁ
ମଏଶ୍ଚରାଇଜର ଆବଶ୍ୟକତା ରହିଛି । ସେଥିପାଇଁ ଆଜିକାଲି ବଜାରରେ ବିଭିନ୍ନ ପ୍ରକାର
ମଏଶ୍ଚରାଇଜର ମଧ୍ୟ ମିଳୁଛି । ମଏଶ୍ଚରାଇଜରକୁ ବ୍ୟବହାର କରି ତ୍ୱଚାର ଠିକ ଭାବରେ ଯତ୍ନ
ନିଆଯାଇପାରୁଛି । ବିଭିନ୍ନ କ୍ରିମ ବ୍ୟତୀତ ଏଭଳି କିଛି ତୈଳ ମଧ୍ୟ ରହିଛି ଯାହାକୁ
ମଏଶ୍ଚରାଇଜର ସହିତ ମିଶାଇ ବ୍ୟବହାର କରାଯାଇ ପାରିବ । ଏହା ଦ୍ୱାରା ତ୍ୱଚା କୋମଳ ହେବା
ସହିତ ଚିକ୍କଣ ଏବଂ ଉଜ୍ୱଳ ମଧ୍ୟ ହେବ । ତେଣୁ ଆସନ୍ତୁ ଜାଣିବା କେତେକ ପ୍ରାକୃତିକ ତୈଳ
ବିଷୟରେ ଯାହାକୁ ମଏଶ୍ଚରାଇଜର ସହିତ ମିଶାଇ ବ୍ୟବହାର କରାଯାଇପାରିବ ।
ଆଲମଣ୍ଡ ତେଲ-
ଏଥିରେ ଭିଟାମିନ ଏ ପ୍ରଚୁର ପରିମାଣରେ ରହିଥାଏ । ଯାହା ଦ୍ୱାରା ତ୍ୱଚା କୋମଳ ହେବା ସହିତ ଚିକ୍କଣ ମଧ୍ୟ ହୋଇଥାଏ । ତେଣୁ ୧/୨ ଚାମଚ ତୈଳକୁ ମଏଶ୍ଚରାଇଜରରେ ମିଶାଇ ତ୍ୱଚାରେ ଲଗାନ୍ତୁ । ଏହା ଦ୍ୱାରା ତ୍ୱଚା ନରମ ଓ ଚିକ୍କଣ ରହିବ ।

ଅଲିଭ ତେଲ-
ଅଲିଭ ଅଏଲରେ ଶକ୍ତିଶାଳୀ ଆଂଟି ଅକ୍ସିଡାଂଟ ଭରପୂର ମାତ୍ରାରେ ରହିଥାଏ । ଏହାକୁ ପ୍ରତିଦିନ ବ୍ୟବହାର କରିବା ଆବଶ୍ୟକ । ୧/୨ ଚାମଚ ମଏଶ୍ଚରାଇଜର ସହିତ ମିଶାଇ ବ୍ୟବହାର କଲେ ତ୍ୱଚା କୋମଳ ହୋଇଥାଏ ଏବଂ ସୁନ୍ଦର ମଧ୍ୟ ଦେଖାଯାଏ ।

ଟି ଟ୍ରି ତେଲ –
ଏହାକୁ ଏକ ଆଂଟି ବ୍ୟକ୍ଟେରିଆଲ ଉପାଦାନ ଭାବେ ଗ୍ରହଣ କରାଯାଏ । ଟି ଟ୍ରି ଅଏଲ ବ୍ୟାକ୍ଟେରିଆ ଦ୍ୱାରା ହେଉଥିବା ଇନଫେକସନରୁ ମଧ୍ୟ ଏହା ରକ୍ଷା କରିଥାଏ । ଏହା ସହିତ ରୁକ୍ଷ ତ୍ୱଚାକୁ ମଧ୍ୟ ଭଲ କରିଥାଏ । ୩ରୁ ୪ ଡ୍ରପ ଅଏଲକୁ ମଏଶ୍ଚରାଇଚଜର ସହିତ ମିଶାଇ ଲଗାଇବା ଦ୍ୱାରା ଭଲ ଫଳାଫଳ ମିଳିଥାଏ । ତେବେ ସପ୍ତାହକୁ ୨ରୁ ୩ଥର ବ୍ୟବହାର କଲେ ତ୍ୱଚାରେ ଭିନ୍ନ ପରିବର୍ତ୍ତନ ଆସିଥାଏ ।

ନଡିଆ ତେଲ-
ଏହା ପ୍ରତ୍ୟେକ ଘରେ ଅତି ସହଜରେ ମିଳିଯାଏ । ଏହାକୁ ଶରୀରର ବିଭିନ୍ନ ସ୍ଥାନରେ ବ୍ୟବହାର କରାଯାଇପାରିବ । ଏହା ଏକ ପ୍ରାକୃତିକ ତୈଳ ଏବଂ ଏଥିରେ ଖୁବ ମାତ୍ରାରେ ପୋଷକ ତତ୍ତ୍ୱ ଏବଂ ଭିଟାମିନ ଭରପୂର ମାତ୍ରାରେ ରହିଥାଏ । ସୂର୍ଯ୍ୟକିରଣରେ ନଷ୍ଟ ହୋଇ ଯାଇଥିବା ତ୍ୱଚାରେ ନଡିଆ ତେଲ ଲଗାଇବା ଦ୍ୱାରା ଅଦ୍ଭୁତପୂର୍ବ ପରିବର୍ତ୍ତନ ଆସିଥାଏ । ୧/୨ ଚାମଚ ନଡ଼ିଆ ତେଲକୁ ମଏଶ୍ଚରାଇଜର ସହିତ ମିଶାଇ ଲଗାଇବା ଦ୍ୱାରା ତ୍ୱଚା କୋମଳ ହେବା ସହିିତ ଚିକ୍କଣ ଏବଂ ଉଜ୍ୱଳ ହୋଇଥାଏ ।

Comments
Post a Comment