ମେକଅପ୍ କରୁଛନ୍ତି କି ? ଜାଣନ୍ତୁ . . . . ଘରେ କିପରି ସଫା କରିବେ ମେକଅପ ବ୍ରଶ ?
ଆଜିକାଲି ସମୟରେ ମହିଳା ହେଉ ବା ପୁରୁଷ ହେଉ
ସମସ୍ତେ ମେକଅପ୍ ନେବାକୁ ପସନ୍ଦ କରୁଛନ୍ତି । ବଜାର ଗଲେ କିମ୍ବା କୌଣସି ଉତ୍ସବକୁ ଗଲେ,
ସମସ୍ତେ ପ୍ରାୟ ମେକଅପ ନେବାକୁ ଆଗ୍ରହ ହେଉଛନ୍ତି । ଆବଶ୍ୟକତା ଅନୁସାରେ ମେକଅପ ନେବା
ଭଲ । ମେକଅପ ନେଲେ, ସମସ୍ତଙ୍କ ନିକଟରେ ମେକଅପ ବ୍ରଶ ରହିବା ସାଧାରଣ କଥା । ଯଦି ଆପଣ
ନିୟମିତ ବ୍ରଶ ବ୍ୟବହାର କରୁଛନ୍ତି ତେବେ ନିଶ୍ଚିତ ଯେ ମେକଅପ ଓ ତ୍ୱଚାର ଧୂଳିମଳି
ବ୍ରଶରେ ଲାଗିବା । ଏଣୁ ଏହି କାରଣରୁ ତ୍ୱଚାରେ ସଂକ୍ରମର ହେବା ପୂର୍ବରୁ ମେକଅପ ବ୍ରଶକୁ
ଭଲ ଭାବେ ପରିସ୍କାର କରିନେବା ଉଚିତ୍ । ନିମ୍ନ ପ୍ରକାରେ ସହଜରେ ଘରେ ହିଁ ମେକଅପ ବ୍ରଶ
ସଫା କରିପାରିବେ ଅତି ଭଲ । ତେଣୁ ଆସନ୍ତୁ ଜାଣିବା ବ୍ରଶ ସଫା କରିବାର କେତେକ ସରଳ
ଉପାୟ ।
– ପ୍ରଥମେ ଏକ ପାତ୍ରରେ ନଖଉଷୁମ ପାଣି ନେଇ ସେଥିରେ ମେକଅପ ବ୍ରଶକୁ ବୁଡାଇ ୫ ରୁ ୭ ମିନିଟ ରଖନ୍ତୁ ।
– ବେବି ଶ୍ୟାମ୍ପୁ କିମ୍ବା ହେୟାର ଶ୍ୟାମ୍ପୁରୁ ୨-୩ ବୁନ୍ଦା ସେହି ପାତ୍ରରେ ପକାଇ ଭଲ ଭାବରେ ମିଶାଇ ଦିଅନ୍ତୁ ।
– ଏବେ ବ୍ରଶଗୁଡିକୁ ଭଲଭାବେ ସଫା କରିବାକୁ
ଚେଷ୍ଟା କରନ୍ତୁ । କିଛି ସମୟ ପରେ ବ୍ରଶକୁ ସଫା କପଡା ଉପରେ ରଖି ଫ୍ୟାନ ଚଲାଇ କୌଣସି
ଏକ ସ୍ଥାନରେ ଶୁଖାଇ ଦିଅନ୍ତୁ ।
– ମାସକୁ ଥରେ ଏହିଭଳି ଭାବେ ମେକଅପ ବ୍ରଶ ସଫା
କରିନେବା ଭଲ । ଯାହା ଫଳରେ ବ୍ରଶରେ ଲାଗିଥିବା ଧୂଳିମଳି ସବୁ ବାହାରି ଯିବ ।ଏବଂ
ସଂକ୍ରମଣ ଭୟ ରହିବ ନାହିଁ ।

Comments
Post a Comment