ବାହାରକୁ ଯିବା ପୂର୍ବରୁ ନିଜକୁ ନୂଆ ଲୁକ । ଜାଣନ୍ତୁ ଫ୍ୟାଶନ ସହ କେମିତି ରହିବେ ସମସ୍ତଙ୍କ ନଜରରେ ।
ବର୍ତ୍ତମାନ ଯୁଗରେ ଫ୍ୟାଶନ ସହ ତାଳ ଦେଇ ଚାଲିବାକୁ ସମସ୍ତେ ଆଗ୍ରହୀ । ଫ୍ୟାଶନ ସହିତ
ତାଳ ଦେଇ ଚାଲିବା ମଧ୍ୟ ଏକ ଭଲ କଥା । କିନ୍ତୁ ଆଖି ବନ୍ଦ କରି କୌଣସି ପ୍ରଚଳିତ
ପ୍ରଥାକୁ ଆପଣାଇବା ଏକ ମୁର୍ଖତା । ଜାଣତରେ କିମ୍ବା ଅଜଣାତରେ ଅନେକ ଝିଅ ଫ୍ୟାଶନକୁ ନେଇ
ଏପରି ଭୁଲ କରିଥାନ୍ତି, ଯାହା ଫଳରେ ସେମାନଙ୍କର ଲୁକ ଖରାପ ଦେଖାଯାଇଥାଏ । ଯଦିଓ ଏହି
ଫ୍ୟାସନ ଆପଣଙ୍କ ହିସାବରେ ଠିକ କିନ୍ତୁ ଅନ୍ୟମାନଙ୍କ ପାଇଁ ଆପଣ ପରିହାସର ପାତ୍ର
ହୋଇପାରନ୍ତି । ସେଥିପାଇଁ ଫ୍ୟାଶନ ସହ ଜଡିତ ବିଷୟ ପ୍ରତି ଆପଣଙ୍କୁ ଗମ୍ଭୀରତାର ସହିତ
ଚିନ୍ତା କରିବା ଆବଶ୍ୟକ
ଆବଶ୍ୟକତା ଠାରୁ ବଡ ବ୍ୟାଗ-
ଆଜିକାଲି ଓଭରସାଇଜ ବ୍ୟାଗର ଫ୍ୟାଶନ ରହିଛି ।
କିନ୍ତୁ ଏହା ସମସ୍ତଙ୍କୁ ମାନି ନଥାଏ । ବଡ ବ୍ୟାଗରେ ଅଧିକ ଜିନିଷ ରହିଥାଏ କିନ୍ତୁ ଆପଣ
କେବେ ଭାବିଛନ୍ତି କି ଏହା ଆପଣଙ୍କ ଲୁକ ସହ କିପରି ଦେଖାଯାଉଛି । ବ୍ୟାଗ ନେବା ସମୟରେ
ପ୍ରଥମେ ନିଜକୁ ଆଇନାରେ ଦେଖନ୍ତୁ, ଏହା ପରେ ଠିକ କରନ୍ତୁ ଏହା ଆପଣଙ୍କ ବ୍ୟକ୍ତିତ୍ୱ
ସହିତ ମ୍ୟାଚ କରୁଛି କି ନାହିଁ । ଏବଂପାର୍ଟିକୁ ଯିବା ସମୟରେ ଏପରି ବ୍ୟାଗ ସାଙ୍ଗରେ
ନିଅନ୍ତୁ ନାହିଁ ।
ଓଜନିଆ ଗହଣା-
ପ୍ରାୟତଃ ବିବାହ କିମ୍ବା ପାର୍ଟିରେ ମହିଳାମାନେ
ଓଜନିଆ ପୋଷାକ ସହିତ ଓଜନିଆ ଗହଣା ପିନ୍ଧିଥାନ୍ତି । ଯହା ଦେଖିବାକୁ ଭଲ ଲାଗିନଥାଏ ।
ଯଦି ଆପଣ ଏପରି ଭୁଲ କରୁଥାନ୍ତି ତେବେ ଏପରି କରନ୍ତୁ ନାହିଁ । ଚେହେରାର ଆକାର ଅନୁସାରେ
ଗହଣା ଚୟନ କରନ୍ତୁ । ଯଦି ଆପଣ ଓଜନିଆ ପୋଷାକ ପିନ୍ଧୁଥାନ୍ତି ତେବେ ଅଧିକ ଗହଣା
ପିନ୍ଧନ୍ତୁ ନାହିଁ । ଏହା ବଦଳରେ ଆପଣ ବିନା ନେକଲେସରେ ବଡ ଇୟରରିଙ୍ଗିସ ପିନ୍ଧି
ପାରିବେ । ଆପଣଙ୍କ ଚେହେରାର ଆକାରଠାରୁ ବଡ ଇୟରରିଙ୍ଗିସ୍ ପିନ୍ଧନ୍ତୁ ନାହିଁ । କାରଣ
ଏହା ଆପଣଙ୍କ ଲୁକକୁ ଖରାପ କରିଦେଇପାରେ । ଏହା ବ୍ୟତୀତ ଆପଣ ନିଜର କେଶ ଏବଂ ମେକଅପର
ମଧ୍ୟ ଧ୍ୟାନ ରଖନ୍ତୁ ଯେପରି ଆପଣ ପରିହାସର ପାତ୍ର ହେବେ ନାହିଁ । ଯେକୌଣସି ଷ୍ଟାଇଲକୁ
ବାଛନ୍ତୁ କିନ୍ତୁ ଏହା ଆପଣଙ୍କ ଚେହେରା ଏବଂ ଶରୀରକୁ ମାନିବା ଦରକାର ।
ଫିଟିଙ୍ଗ ପୋଷାକ-
ଝିଅମାନଙ୍କୁ ଫିଟିଙ୍ଗ ଆସୁଥିବା ପୋଷାକ
ପିନ୍ଧିବାକୁ ଭଲ ଲାଗିଥାଏ । କିନ୍ତୁ ଏହା ଆପଣଙ୍କ ପାଇଁ ସବୁଠାରୁ ବଡ
ମୁଣ୍ଡବିନ୍ଧାଠାରୁ କମ ନୁହେଁ । କାରଣ ଏପରି ପୋଷାକ ପିନ୍ଧି ଆପଣ ସହଜ ଅନୁଭବ
କରିପାରନ୍ତି ନାହିଁ ଏବଂ ଏହା ଦେଖିବା ପାଇଁ ମଧ୍ୟ ଭଲ ଲାଗିନଥାଏ । ଯଦି ଆପଣଙ୍କର ଓଜନ
ଅଧିକ ଥାଏ ତେବେ ଏହା ଆହୁରି ଖରାପ ଲାଗିଥାଏ । ତେଣୁ ଝିଅମାନଙ୍କୁ ଏପରି ଫ୍ୟାଶନ କରିବା
ଠାରୁ ବଂଚିବା ଦରକାର ।
ଫୁଟ ଓୟାର
ଫୁଟ ଓୟାରକୁ ନେଇ ଆମେ କିଛି ଭୁଲ କରିଥାଉ ।
ଯେପରି ହାଇ ହିଲର ଚୟନ । ଏହା ଦ୍ୱାରା ଆପଣଙ୍କର ଶରୀର ଉପରେ ଖରାପ ପ୍ରଭାବ ପକାଇଥାଏ ।
କାରଣ ଏହା ଦ୍ୱାରା ପାଦ ଯନ୍ତ୍ରଣାର ସମସ୍ୟା ସହ କଣ୍ଟା ସମସ୍ୟା ମଧ୍ୟ ସୃଷ୍ଟି ହୋଇଥାଏ ।
ବିଶେଷଜ୍ଞମାନେ ମଧ୍ୟ ହାଇ ହିଲ ପିନ୍ଧିବା ପାଇଁ ମନା କରିଥାନ୍ତି ।

Comments
Post a Comment