ବ୍ରଣ ଓ କଳାଦାଗ ସମସ୍ୟାରୁ ରକ୍ଷା ପାଇବା ପାଇଁ ବ୍ୟବହାର କରନ୍ତୁ ଟୁଥପେଷ୍ଟ୍ . . . . ମିଳିବ ଲାଭ
ସୁନ୍ଦର ଦେଖାଯିବାକୁ କିଏ ବା ନ ଚାହେଁ । ହେଲେ
ବ୍ରଣ ଓ କଳାଦାଗ ସମସ୍ୟା ଯୋଗୁଁ ବ୍ୟକ୍ତିର ମୁହଁ ଅସୁନ୍ଦର ଦେଖାଯାଇଥାଏ । ଆଉ ଯଦି
ଆପଣଙ୍କର ବି ଏହି ସମସ୍ୟା ରହିଛି, ତେବେ ଏଇଟି ଆପଣଙ୍କ ପାଇଁ ଟିପ୍ସ । ଆଜି ଆମେ
ଆପଣଙ୍କୁ ଟୁଥ୍ପେଷ୍ଟ୍ ସାହାଯ୍ୟରେ ଏହି ବ୍ରଣ ଓ କଳାଦାଗ ଜନିତ ସମସ୍ୟାରୁ କିଭଳି
ମୁକ୍ତି ମିଳିଥାଏ । ଆସନ୍ତୁ ଜାଣିବା ଏନେଇ କିଛି ଉପାୟ . . . .
ବ୍ରଣ ଜନିତ ସମସ୍ୟା –
ଆପଣଙ୍କର ଯଦି ବ୍ରଣ ଜନିତ ସମସ୍ୟା ରହିଥାଏ , ତେବେ ଆପଣ ଏକ ପାତ୍ରରେ ଏକ ଚାମଚ
ଟୁଥପେଷ୍ଟ୍ ଆଣି ସେଥିରେ ଅଧା ଚମଚ ମହୁକୁ ମିଶ୍ରଣ କରନ୍ତୁ । ଏହାପରେ ଆପଣ ଏହି
ମିଶ୍ରଣକୁ ଆପଣଙ୍କ ବ୍ରଣ ହୋଇଥିବା ସ୍ଥାନରେ ଲଗାଇ ୨୦ ମିନିଟ୍ ପର୍ଯ୍ୟନ୍ତ ଛାଡ଼ି
ଦିଅନ୍ତୁ । ଏହାପରେ ଆପଣ ଏହାକୁ ପାଣିରେ ଧୋଇଦିଅନ୍ତୁ ।
କଳାଦାଗ ସମସ୍ୟା ରହିଥିଲେ –
ଏଥିସହିତ ଯଦି ଆପଣଙ୍କ ମୁହଁରେ କଳାଦାଗ ଜନିତ ସମସ୍ୟା ରହିଥାଏ, ତେବେ ଆପଣ ଏକ
ପାତ୍ରରେ ଏକ ଏକ ଚାମଚ କରି ଟୁଥ୍ପେଷ୍ଟ ଓ ଲୁଣକୁ ନେଇ ମିଶ୍ରଣ କରନ୍ତୁ । ତେବେ,
ମନେରଖନ୍ତୁ, ଯେପରି ଆପଣ ଏହାକୁ ପ୍ରୟୋଗ କରିବା ପୂର୍ବରୁ ପ୍ରଥମେ ନିଜର ମୁହଁକୁ
ଷ୍ଟିମ୍ କରି ଦେଇଥିବେ । ଏହାପରେ ଆପଣ ଏହାକୁ ଆପଣଙ୍କ ମୁହଁରେ ଲଗାଇ ୫ରୁ ୧୦ ମିନିଟ୍
ପର୍ଯ୍ୟନ୍ତ ଛାଡ଼ି ଦିଅନ୍ତୁ । ଏହାପରେ ଆପଣ ଆପଣଙ୍କ ମୁହଁକୁ ଥଣ୍ଡାପାଣିରେ
ଧୋଇଦିଅନ୍ତୁ ।
ମଶ୍ଚରାଇଜ୍ ଲାଗି –
ଆପଣଙ୍କ ମୁହଁକୁ ମଶ୍ଚରାଇଜ କରିବାକୁ ଥିଲେ, ଆପଣ ଏକ ପାତ୍ରରେ ଏକ ଚାମଚ ଟୁଥ୍ପେଷ୍ଟ୍
ନେଇ ସେଥିରେ କିଛି ମାତ୍ରାରେ କ୍ଷୀର ମିଶାନ୍ତୁ । ଏହାପରେ ଆପଣ ଏହାକୁ ଆପଣଙ୍କ
ମୁହଁରେ ୩୦ ମିନିଟ୍ ପର୍ଯ୍ୟନ୍ତ ରଖି ଧୋଇଦିଅନ୍ତୁ ।
ଡାର୍କସ୍ପଟ୍ ସମସ୍ୟା –
ଏଥିଲାଗି ଆପଣଙ୍କୁ ଏକ ପାତ୍ରରେ କିଛି ମାତ୍ରାରେ ଟୁଥ୍ପେଷ୍ଟ ନେଇ ସେଥିରେ ଏକ ଚାମଚ
ଟମାଟୋ ରସକୁ ମିଶାଇବାକୁ ହେବ । ଏହାପରେ ଆପଣ ଏହାକୁ ଆପଣଙ୍କ ଡାର୍କସ୍ପଟରେ ଲଗାଇ ୨୦
ମିନିଟ୍ ପର୍ଯ୍ୟନ୍ତ ଛାଡ଼ିଦେବାକୁ ପଡ଼ିବ ଏବଂ ପରେ ମୁହଁକୁ ଧୋଇଦେବାକୁ ହେବ 
Comments
Post a Comment