ଧଳା କେଶକୁ କଳା କରିବାକୁ ଚାହୁଁଛନ୍ତି ! ଆପଣାନ୍ତୁ ଏହି ୫ଟି ସହଜ ଘରୋଇ ଉପାୟ
କେଶ ପାଚିବା ଏବେ ଏକ ସାଧାରଣ ସମସ୍ୟା । ପିଲାଠୁ ଆରମ୍ଭ କରି ବଡ଼ ପର୍ଯ୍ୟନ୍ତ ସମସ୍ତେ
ଏହି ସମସ୍ୟା ପାଇଁ ଚିନ୍ତିତ । ଏଥିରୁ ମୁକ୍ତି ପାଇବା ପାଇଁ ଅନେକ ଚୁଟିକୁ ରଙ୍ଗ
କରିଥାନ୍ତି । ଯାହା କେଶ ପାଇଁ ସବୁଠାରୁ ଅଧିକ କ୍ଷତିକାରକ । କାରଣ ଆପଣ ବ୍ୟବହାର
କରୁଥିବା ରଙ୍ଗରେ କେମିକାଲ୍ ଥାଏ । କିନ୍ତୁ ଏମିତି କିଛି ଘରୋଇ ଉପଚାର ଅଛି ଯାହା
ଆପଣଙ୍କ ଧଳା କେଶକୁ କଳା କରିବାରେ ସାହାଯ୍ୟ କରିବ । ବିନା କୌଣସି କ୍ଷତିରେ ଆପଣ
ସମସ୍ୟାରୁ ମୁକ୍ତି ପାଇପାରିବେ ।
ଏକ ଚାମଚ ଚା’ ପତି ପାଣିରେ ପକାଇ ଭଲ ଭାବରେ
ଫୁଟାନ୍ତୁ । ଥଣ୍ଡା ହେବା ପରେ ଏହି ପାଣିକୁ କେଶରେ ଲଗାନ୍ତୁ । ସପ୍ତାହକୁ ଅନ୍ତତଃ ଥରେ
କିମ୍ବା ଦୁଇ ଥର ଏହି ପାଣି ବ୍ୟବହାର କରନ୍ତୁ । ପ୍ରାୟ ୧ମାସ ପର୍ଯ୍ୟନ୍ତ ଏହାକୁ
ବ୍ୟବହାର କଲେ ଫରକ ଆପଣ ନିଜେ ଜାଣିପାରିବେ ।
ନଡିଆ ତେଲ ଏବଂ ଲେମ୍ବୁ :
ଆବଶ୍ୟକ ପରିମାଣର ନଡିଆ ତେଲରେ ଦୁଇ ଚାମଚ
ଲେମ୍ବୁ ରସ ମିଶାନ୍ତୁ । ଅଧଘଂଟା ପର୍ଯ୍ୟନ୍ତ ଏହି ମିଶ୍ରଣକୁ କେଶ ମୂଳରେ ଭଲ ଭାବରେ
ମାଲିସ୍ କରନ୍ତୁ । ସପ୍ତାହକୁ ଅନ୍ତତଃ ଦୁଇ ଥର ଏହି ମିଶ୍ରଣକୁ ବ୍ୟବହାର କରନ୍ତୁ ।

Comments
Post a Comment