କେଶକୁ ରଙ୍ଗ କରୁଛନ୍ତି କି ? ଏହା ପୂର୍ବରୁ ଜାଣି ରଖନ୍ତୁ କିଛି ସାଧାରଣ କଥା
ଆଜିକାଲି କେଶକୁ ବିଭିନ୍ନ ରଙ୍ଗରେ ସଜାଇବା ଏକ ଫ୍ୟାଶନ ହୋଇଯାଇଛି । କେହି କେହି ସଂପୂର୍ଣ୍ଣ କେଶକୁ ରଙ୍ଗକରୁଛନ୍ତି ତ ଆଉ କେହି ହାଇ ଲାଇଟ କରୁଛନ୍ତି ।ଯଦି କେଶର ପ୍ରକୃତ ରଙ୍ଗକୁ ଅଳ୍ପ କିଛି ଗାଢା କରାଯାଏ ତେବେ ଏହାର ଯତ୍ନ ନେବା କିଛି
ମାତ୍ରାରେ ସହଜ ହୋଇଥାଏ । ଯଦି ପ୍ରକୃତ ରଙ୍ଗର ବିପରୀତ ରଙ୍ଗ କରୁଛନ୍ତି ତେବେ ଏହାର
ଯତ୍ନ ନେବା କିଛି ମାତ୍ରାରେ ଜଟିଳ ହୋଇଥାଏ । କାରଣ ପ୍ରତି ୩ରୁ ୪ ସପ୍ତାହରେ ଥରେ
ଏହାକୁ ରୀ-ଅପ କରିବାକୁ ପଡ଼ିଥାଏ । ଡାର୍କା ହାଇ କରିବା ସହଜ ହୋଇଥାଏ । ଯଦିଓ ଏହା ସାରା
ଜୀବନ ରହି ନଥାଏ ତେବେ ଲମ୍ବା ସମୟ ଧରି ରହିଥାଏ । କିନ୍ତୁ ପରେ ଯଦି ହାଇରୁ ଲାଇଟ
କରିବାକୁ ଚାହିଁବେ ତାହା ଜଟିଳ ହୋଇଯାଏ । କେବଳ କୌଶଳରେ ଏହା ଜଟିଳ ହୋଇ ନଥାଏ ବରଂ ଏହା
କେଶକୁ ଖରାପ କରିଦିଏ । କେଶକୁ ଡାର୍କହାଇ କରିବା ଦ୍ୱାରା ଆଖିର ସୌନ୍ଦର୍ଯ୍ୟ ମଧ୍ୟ
ସାମ୍ନାକୁ ଆସିଥାଏ ଏବଂ ଚେହେରାର ସୁନ୍ଦରତା ବଢିଥାଏ । ଯେତେବେଳେ କେଶକୁ ଡାର୍କ ହାଇ
ରଙ୍ଗ କରିବାକୁ ଯାଉଛନ୍ତି ତେବେ ଆଖି ପ୍ରତି ମଧ୍ୟ ଦୃଷ୍ଟି ଦିଅନ୍ତୁ । କାରଣ କେଶ ଏବଂ
ଆଖିର ରଙ୍ଗ ପାଖାପାଖି ସମାନ ଦେଖାଯିବା ଦରକାର । କିନ୍ତୁ ଆଇବ୍ରୋକୁ ଘରେ ଡାଇ ନକରିବା
ଦରକାର । କାରଣ ଏଥିରେ ଥିବା ହାଇ କେମିକଲ ଆଖିକୁ କ୍ଷତି ପହଂଚାଇପାରେ । ତେଣୁ ଏହାକୁ
କୌଣସି ପ୍ରଫେସନାଲଙ୍କ ଦ୍ୱାରା କରିବା ଦରକାର ।

Comments
Post a Comment