ବିନା ମେକଅପରେ ସୁନ୍ଦର ଦିଶିବେ କିପରି ? ଆପଣଙ୍କୁ କିଛି ଘରୋଇ ଟିପ୍ସ
ଯୁବତୀ ଓ ମହିଳାମାନେ ବିନା ମେକ-ଅପରେ ବାହାରକୁ
ଯାଆନ୍ତି ନୁହେଁ । କିନ୍ତୁ ବର୍ତ୍ତମାନ ବ୍ୟସ୍ତବହୁଳ ଜୀବନରେ ମେକ-ଅପ ନେବା ପାଇଁ ବି
ସମୟ ମିଳୁନାହିଁ । ତେବେ ଏଭଳି ସ୍ଥତିରେ ଅତି ସହଜରେ ଅପାଣ ମେକ-ଅପ ନ ନେଇ ବି ସୁନ୍ଦରୀ
ଦିଶି ପାରିବେ । ତେବେ ମେକ-ଅପରୁ କ୍ଷାନ୍ତ ରହିବାକୁ ପ୍ରଥମେ ଅଡ଼ୁଆ ଲାଗିପାରେ,
କିନ୍ତୁ ଚିନ୍ତା କରନ୍ତୁ ନାହିଁ । ଆତ୍ମବିଶ୍ୱାସ ବଢାଇ କିଛି ପ୍ରାକୃିତିକ ଉପଚାରକୁ
ଆପଣାନ୍ତୁ ।
• ବିନା ମେକ-ଅପରେ ସୁନ୍ଦରୀ ଦିଶିବେ ଓ ତ୍ୱଚା
ପ୍ରଭାବିତ ହେବ ନାହିଁ । ଶୋଇବା ପୂର୍ବରୁ ଭ୍ରୂ ଓ ଆଖି ପତାରେ ଆଲମଣ୍ଡ କିଂବା ନଡ଼ିଆ
ତେଲ ଲଗାନ୍ତୁ । ସକାଳେ ଭେସଲିନ ଲଗାଇ ଟୁଥ-ବ୍ରସରେ ହାଲୁକା ଭାବେ ଘଷନ୍ତୁ । ଏହା
ଦ୍ୱାରା ଗାଢ କଳା ଦିଶିବ । ମସ୍କାରା ଆବଶ୍ୟକ ହେବପାହିଁ ।
• ଲେମ୍ବୁ ରସ କିଂବା ଅଲିଭ ତେଲରେ ମୋଟା ଦାନା ଚିନି ମିଶାଇ ସପ୍ତାହରେ ଥରେ ମୁହଁରେ ଘଷନ୍ତୁ । ଏହା ଦ୍ୱାରା ମୃତ କୋଷ ବାହାରି ଯାଏ । ତ୍ୱଚା ସଫା ରହେ ।
• ସକାଳେ ଉଷୁମ ପାଣିରେ ଲେମ୍ବୁ ରସ ଫେଂଟି ପିଅନ୍ତୁ । ଶରୀରରୁ ବିଷାକ୍ତ ପଦାର୍ଥ ନିଷ୍କାଷନରେ ଏହା ସହାୟତା ହୁଏ । ଯାହା ଫଳରେ ତାଜା ଲାଗି ଥାଏ ।
• ଦୈନିକ ତିନି ଲିଟର ପାଣି ପିଇବା ସହ ସାତ-ଆଠ
ଘଂଟା ଶୁଅନ୍ତୁ ଏବଂ ବ୍ରଣରେ ହାତ ଲଗାନ୍ତୁ ନାହିଁ, ଦେଖିବେ ବ୍ରଣ ପାଇଁ କୌଣସି ଉପଚାର
ଦରକାର ପଡିବ଼ନାହିଁ, ଚିକ୍କଣ ଏମିତି ହିଁ ଦେଖାଯିବ ।

Comments
Post a Comment