ପତଳା ହେବାକୁ ଚାହୁଁଛନ୍ତି କି ? ତେବେ ଆପଣାନ୍ତୁ କିଛି ସରଳ ଉପାୟ
ଏମିତି କିଛି ଖାଦ୍ୟ ଅଛି ଯାହାକୁ ନିୟମିତ ଭାବେ
ସେବନ କରିବା ଦ୍ୱାରା ଆପଣଙ୍କ ଇଚ୍ଛା ମୁତାବକ ଆପଣ ନିଜ ଶରୀରକୁ ନିୟନ୍ତ୍ରଣ କରିପାରିବେ
। ଏଥିସହ ଆପଣ ଏକ ସୁନ୍ଦର ତଥା ଆକର୍ଷଣୀୟ ସ୍ୱାସ୍ଥ୍ୟ ମଧ୍ୟ ପାଇପାରିବେ । ତେବେ ସେହି
ଖାଦ୍ୟ ସଂପର୍କରେ ଜାଣନ୍ତୁ . . . .
ପ୍ରୋଟିନ୍
ପ୍ରୋଟିନ ଭରପୁର ଖାଦ୍ୟ ଶରୀରରେ ତାପମାତ୍ରା
ବୃଦ୍ଧିରେ ସହାୟକ ହୁଏ । ପ୍ରୋଟିନ ଏକ ପ୍ରକାରର ପୋଷଣ ଯାହା ହଜମ ହେବା ପାଇଁ ଅଧିକ ସମୟ
ନେଇଥାଏ । ଯଦି ୩୦୦ କ୍ୟାଲୋରୀର ଚିକେନ ଖିଆଯାଏଁ ତେବେ ତାହାର ପାଖାପାଖି ୩୦ ପ୍ରତିଶତ
ଅର୍ଥାତ୍ ୧୦୦ କ୍ୟାଲୋରୀ ହଜମ ହୋଇଥାଏ ।
ଗ୍ରୀନ୍ ଟି
କଫିରେ ସାଧାରଣତଃ କାଫିନ ଓ କାଟେବିନପଲିଫିନଲ
ରହିଥାଏ ବୋଲି ଏକ ଅଧ୍ୟୟନକୁ ଜଣାପଡିଛି । ଏହା ମେଟାବଲିଜିମକୁ କ୍ରିୟାଶୀଳ କରିଥାଏ ।
ଯାହାଦ୍ୱାରା ଓଜନ ହ୍ରାସ ପାଇଥାଏ ।ସୁଷମଖାଦ୍ୟ ଏବଂ ବ୍ୟାୟାମ ସହ ଚା ପିଇଲେ ଅଧିକ ଲାଭ
ମିଳିଥାଏ ।
ରସୁଣ
ରସୁଣ ମଧ୍ୟ ଶରୀରକୁ ପତଳା କରାଇବାରେ ଏକ ବଡ
ଭୂମିକା ନେଇଥାଏ । ପ୍ରତିଦିନ ରସୁଣ ଖାଇବା ଦ୍ୱାରା ବ୍ରାଉନ ଆଡିପସ୍ ଟିସ୍ୟୁରୁ ତାପ
କ୍ଷରଣ ହୋଇ ଶରୀରର ତାପମାତ୍ରାକୁ ବୃଦ୍ଧି କରିଥାଏ ।
ଅଦା
ରସୁଣ ଭଳି ଅଦା ମଧ୍ୟ ଶରୀର ପାଇଁ ଲାଭଦାୟକ ଅଟେ ।
ଅଦାରୁ ସାଧାରଣତଃ କ୍ୟାପସାଇସିନ ମିଳିଥାଏ । ଏହାର ରସ କିମ୍ବା ଗୁଣ୍ଡ ସେବନ
କରିବାଦ୍ୱାରା ଶରୀରରେ ତାପ ବୃଦ୍ଧି ପାଇଥାଏ । ଏହା ଭୋକ ମଧ୍ୟ କମାଇଥାଏ । ଏବଂ ଶରୀରର
ଓଜନକୁ ନିୟନ୍ତ୍ରିତ କରିଥାଏ ।
ଖାଦ୍ୟ
ଉଷୁନା ଭାତ ଏବଂ ଓଟସରେ ଅଧିକ ମାତ୍ରାରେ ଫାଇବର
ଥାଏ । ଏହା ସହଜରେ ହଜମ ହୋଇ ନଥାଏ । ଏଥିପାଇଁ ଶରୀରକୁ ଶକ୍ତି ଯୋଗାଇବାକୁ ପଡେ ଏବଂ
ଯେଉଁ ଶକ୍ତି ସଂଚିତ ହୋଇ ରହିଥାଏ ସେଥିରୁ ଏହି ଶକ୍ତି ଆସିବା ଦ୍ୱାରା ମୋଟ୍ ଶକ୍ତି
କ୍ଷୟ ହେବାରୁ ଶରୀରର ଓଜନ ସାଧାରଣତଃ କମିବାକୁ ଲାଗିଥାଏ 
Comments
Post a Comment