ଆପଣ ଲମ୍ବା କେଶ ରଖିବାକୁ ଚାହୁଁଛନ୍ତି କି ? ଜାଣି ରଖନ୍ତୁ କିଛି ଟିପ୍ସ
ଆପଣ ଲମ୍ବା କେଶ ରଖିବାକୁ ଚାହୁଁଛନ୍ତି କି ?
ଏଥିପାଇଁ ଯେତେ ଚେଷ୍ଟା କଲେ ବି କିଛି ଲାଭ ହେଉନି । ସମସ୍ତେ ଭାବନ୍ତି ସବୁବେଳେ କେଶର
ତେଲ ମାଲିସ୍ କଲେ କେଶ ଭଲ ତଥା ଲମ୍ବା ହୋଇଥାଏ । କିନ୍ତୁ ଏହା ସଂପୂର୍ଣ୍ଣ ସତ କଥା
ନୁହେଁ । ତେଣୁ ଲମ୍ବା କେଶ ଚାହୁଁଥିଲେ ଜାଣିରଖନ୍ତୁ କିଛି ଟିପ୍ସ ।
ମହୁ ଓ କଦଳୀ – ମହୁ ଓ
କଦଳୀକୁ ଭଲଭାବେ ମିଶାଇ କେଶ ମୂଳରେ ଭଲଭାବେ ମାଲିସ୍ କରନ୍ତୁ । ଏହାକୁ ଅଧଘଂଟା
ପର୍ଯ୍ୟନ୍ତ ରଖି ତାପରେ କେସ ଧୋଇ ଦିଅନ୍ତୁ । ଦେଖିବେ କେଶ ବେଶ୍ ସୁନ୍ଦର ଲାଗିବ ।
ବାରମ୍ବାର ଏପରି କଲେ କେଶ ଝଡିବା କମିବ ଓ ଶୀଘ୍ର ଲମ୍ବା ହେବ ।
ଓଟ୍ସ ଓ କ୍ଷୀର – ଓଟ୍ସ ଓ
କ୍ଷୀରକୁ ଭଲଭାବେ ଗ୍ରାଇଣ୍ଡିଂ କରିଦିଅନ୍ତୁ । ଏଇ ମିଶ୍ରଣକୁ କେଶ ମୂଳରେ ଲଗାଇ ଅଧ
ଘଂଟା ଛାଡି ଦିଅନ୍ତୁ । ଏହାପରେ ଉଷୁମ ପାଣିରେ କେଶ ଧୁଅନ୍ତୁ । ଆବଶ୍ୟକ ହେଲେ ସାମାନ୍ୟ
ସାମ୍ପୁ ମଧ୍ୟ ବ୍ୟବହାର କରିପାରିବେ । କେଶ ବୃଦ୍ଧି ପାଇଁ ଏହା ଯାଦୁ ଭଳି କାମ କରିବ ।
ତେଣୁ ମଝିରେ ମଝିରେ ଏଭଳି କରନ୍ତୁ ଓ ସୁନ୍ଦର କେଶ ପାଆନ୍ତୁ ।
ଅଣ୍ଡା ଓ ଦହି – କେଶର
ବିଭିନ୍ନ ସମସ୍ୟା ସମାଧାନ ପାଇଁ ଅଣ୍ଡା ଓ ଦହି ବେଶ୍ ଉପାଦେୟ । ତେଣୁ ଅଣ୍ଡାର ଧଳା ଅଂଶ
୧ ଦହିର ପେଷ୍ଟକୁ ଭଲଭାବେ ମିଶାଇ କେଶ ମୂଳରେ ଲଗାନ୍ତୁ । କିଛି ସମୟ ପରେ ସାମ୍ପୁ କରି
ଦିଅନ୍ତୁ । କେଶ ଝଡିିବା ବନ୍ଦ ହେବା ସହ ରୂପି ଓ ଅନ୍ୟ ସମସ୍ୟାରୁ ମଧ୍ୟ ମୁକ୍ତି
ମିଳିବ।
ପିଆଜ ପେଷ୍ଟ – ପିଆଜକୁ
ଭଲଭାବେ ବାଟି କେଶ ମୂଳରେ ୨ରୁ ୩ଘଂଟା ପର୍ଯ୍ୟନ୍ତ ଲଗାଇ ରଖନ୍ତୁ । ଏହା ପରେ ଥଣ୍ଡା
ପାଣିରେ କେଶ ଧୋଇ ଦିଅନ୍ତୁ । କେଶ ଝଡିବା ସମସ୍ୟା ଦୂର ହେବା ସହ ନୂଆ କେଶ ଉଠିବାରେ
ମଧ୍ୟ ଏହା ବିଶେଷ ଭାବେ ସହାୟକ ହେବ । ତେଣୁ ଏହାକୁ ନିୟମିତ ବ୍ୟବହାର କରିବା ଦ୍ୱାରା
କେଶ ଲମ୍ବା ହୋଇଥାଏ ।

Comments
Post a Comment