ନଖର ସୌନ୍ଦର୍ଯ୍ୟ ପାଇଁ ଚିନ୍ତିତ କି ? ଏହି ଟିପ୍ସ ଉପରେ ଧ୍ୟାନ ଦିଅନ୍ତୁ
ସାଧାରଣତଃ ପୁରୁଷଙ୍କ ଅପେକ୍ଷା ମହିଳାମାନେ ନିଜ
ସ୍ୱାସ୍ଥ୍ୟର ସୌନ୍ଦର୍ଯ୍ୟକୁ ନେଇ ଅଧିକ ସଚେତନ ଥାଆନ୍ତି । ନିଜ କେଶ ହେଉ ଅବା ମୁହଁ
ସବୁଥିରେ ତାଙ୍କର ଥାଏ ନଜର । ଆଉ ନଖ ପାଇଁ , ମହିଳାମାନେ କେତେ କଣ କରିଥାନ୍ତି ।
ସେମାନଙ୍କ ନଖ କେମିତି ସୁନ୍ଦର ଦେଖାଯିବ, ନଖକୁ ନେଇ କିପରି ସାଙ୍ଗ ହେଉ ଅବା
ଅନ୍ୟମାନଙ୍କ ପାଖରୁ କଂପ୍ଲିମେଂଟ ପାଇବେ ତାକୁୁ ନେଇ ସବୁବେଳେ ବ୍ୟସ୍ତ ଥାଆନ୍ତି ମହିଳା
। ବିଭିନ୍ନ ବ୍ରାଣ୍ଡର ନେଲପଲିସ୍ ହେଉ ଅବା ମଲ୍ଟିକଲର ନେଲପଲିସ୍ ଲଗାଇ ଥାଆନ୍ତି ।
ପୁରୁଷଙ୍କ ଅପେକ୍ଷା ନାରୀମାନେ ନଖକୁ ସୁନ୍ଦର କରିବାରେ ଅଧିକ ଧ୍ୟାନ ଦିଅନ୍ତି। ହାତ
ସୁନ୍ଦର ଦେଖା ଯିବାରେ ନଖ ଭୂମିକା ଗୁରୁତ୍ଵପୂର୍ଣ୍ଣ। ଆଉ ନିଜ ବ୍ୟକ୍ତିତ୍ୱର
ପରିପ୍ରକାଶ ପାଇଁ ନଖ ହିଁ ବଳିଷ୍ଠ ମାଧ୍ୟମ । ଯଦି ଆପଣ ନିଜ ନଖକୁ ନେଇ ଆପଣ ଚିନ୍ତିତ ଓ
ଆକର୍ଷଣ କରିବା ପାଇଁ ଚାହୁଁଛନ୍ତି ତେବେ ଏହି ଟିପ୍ସ ଉପରେ ଧ୍ୟାନ ଦିଅନ୍ତୁ ।
-ରାତିରେ ବେଡକୁ ଯିବା ପୂର୍ବରୁ ସାବୁନ ବା
ବଡିୱାସ୍ ଅଳ୍ପ ନେଇ ଏକ ବ୍ରସ୍ ସାହାଯ୍ୟରେ ନଖକୁ ସଫା କରନ୍ତୁ। ଫଳରେ ନଖରେ ଚମକ ଆସିବା
ସହ ଆକର୍ଷଣିୟ ଦେଖାଯାଇଥାଏ ।
-କେଶକୁ ଟ୍ରିମିଂ କରିବା ଭଳି ନଖକୁ ବାରମ୍ବାର
ନକାଟି ଟ୍ରିମିଂ କରନ୍ତୁ। ଆପଣ ରଖିଥିବା ବଡ ନଖ ଆପଣଙ୍କ ବ୍ୟକ୍ତିତ୍ଵ ଉପରେ ପ୍ରଭାବ
ପକାଇଥାଏ। ଏଚ୍ଚୁ ପ୍ରତି ସପ୍ତାହକୁ ଥରେ ଲେଖାଏଁ ନଖକୁ ଟ୍ରିମିଂ କରିବାକୁ ଚେଷ୍ଟା
କରନ୍ତୁ।
-ରାତିରେ ଶୋଇବା ପୂର୍ବରୁ ନଖରେ ଲିପ୍ ବାମ୍ ବା ନଡିଆ ତେଲ ମାଲିସ କରନ୍ତୁ। ଏହା ଦ୍ୱାର ନଖ ଆକର୍ଷଣୀୟ ହୋଇଥାଏ।
-ସପ୍ତାହରେ ଥରେ ନଖରେ ଲେମ୍ବୁ ଚୋପା ଘସନ୍ତୁ। ଫଳରେ ନଖ ଭଲ ବଢିବା ସହ ଶକ୍ତ ହୋଇଥାଏ ।
– ଯଦି ଆପଣଙ୍କ ନଖ ଫାଟୁଥାଏ, ତେବେ ସେଥିପାଇଁ
ସ୍ୱତନ୍ତ୍ର ଚିକିତ୍ସା କରନ୍ତୁ । ନଖ ଫାଟି ଯାଇଥିଲେ ବା ଚମାଡା ଠାରୁ ଅଲଗା ହୋଇଥିଲେ,
ଉଷୁମ ସୋରିଷ ତେଲ ନଖରେ ମାଲିସ କରନ୍ତୁ।

Comments
Post a Comment