ଶୀତଦିନେ ତ୍ୱଚା ଓ ପାଦର ଯତ୍ନ ନେବେ କିପରି ? ମନେ ରଖନ୍ତୁ କିଛି ଘରୋଇ ଉପଚାର
ଶୀତଦିନେ ତ୍ୱଚାର ଯତ୍ନ ନେବା ଭାରି କଷ୍ଟ ଲାଗେ । କାରଣ ଶୀତଦିନେ ପାଣି ବି ଥଣ୍ଡା
ଲାଗେ । ଯେଉଁଥି ପାଇଁ ଅନେକ ଲୋକ ତ୍ୱଚାର ଯତ୍ନ ନେବାକୁ ଅବହେଳା କରନ୍ତି । କିନ୍ତୁ
ତ୍ୱଚାର ଯତ୍ନ ନେବା ଜରୁରୀ ଅଟେ । କାରଣ ତ୍ୱଚାକୁ ଯତ୍ନ ନ ନେଲେ ତ୍ୱଚା ଶୁଷ୍କ ପଡିଯାଏ
। ଯାହା ଫଳରେ ତ୍ୱଚା କୁଂଚିତ ଓ ରୁକ୍ଷ ଦେଖାଯାଏ । ଯଦି ଆପଣ ଏଭଳି କିଛି ସମସ୍ୟାରେ
ସମ୍ମୁଖୀନ ହେଉଛନ୍ତି, ତେବେ ପ୍ରାକୃତିକ ଉପଚାର କରନ୍ତୁ । ଯାହା ଆପଣଙ୍କ ତ୍ୱଚାର
ଶୁଷ୍କ, ତୈଳାକ୍ତ, ରୁକ୍ଷ ପଣରୁ ମୁକ୍ତି ଦେବ । ତେବେ ଆସନ୍ତୁ ଜାଣିବା ତ୍ୱଚାକୁ କିଭଳି
ଭାବେ ଘରୋଇ ଉପକରଣରେ ଯତ୍ନ ନେଇ ପାରିବା । ସେଥିପାଇଁ ଏହାର କେତେକ ସରଳ ଉପାୟ
ବ୍ୟବହାର କରନ୍ତୁ ।
ଶୁଷ୍କ ତ୍ୱଚା: ସମାନ ପରିମାଣର ଆଲମଣ୍ଡ ଓ ଆପ୍ରିକଟ ବାଟି, ଚନ୍ଦନ ତେଲରେ ମିଶାଇ ମୁହଁରେ ବୋଳନ୍ତୁ । ଏକ ଘଂଟା ପରେ ସାଧାରଣ ପାଣିରେ ଧୁଅନ୍ତୁ । ପ୍ରତିଦିନ ଏହି ପରି କରନ୍ତୁ ।
ଶୁଷ୍କ ତ୍ୱଚା: ସମାନ ପରିମାଣର ଆଲମଣ୍ଡ ଓ ଆପ୍ରିକଟ ବାଟି, ଚନ୍ଦନ ତେଲରେ ମିଶାଇ ମୁହଁରେ ବୋଳନ୍ତୁ । ଏକ ଘଂଟା ପରେ ସାଧାରଣ ପାଣିରେ ଧୁଅନ୍ତୁ । ପ୍ରତିଦିନ ଏହି ପରି କରନ୍ତୁ ।
ତୈଳାକ୍ତ ତ୍ୱଚା: ଦୁଇ ଚାମଚ
କମଳା ଚୋପା ଗୁଣ୍ଡ, ଏକ ଚାମଚ ଆଲମଣ୍ଡ ଗୁଣ୍ଡ, ଏକ ଚାମଚ ମହୁ ଏବଂ ଅଳ୍ପ ଗୋଲାପ ଜଳ ଭଲ
ଭାବରେ ମିଶାଇ ମୁହଁରେ ଧୀରେ ଧୀରେ ଦଶ ମିନିଟ ମାଲିସ କରନ୍ତୁ । ତାହା ପରେ ଥଣ୍ଡା
ପାଣିରେ ଧୁଅନ୍ତୁ । ଦିନେ ଛାଡି ଦିନେ ଏହି ଉପଚାର କରନ୍ତୁ ।
ସାଧାରଣ ତ୍ୱଚା: ଗୋଲାପ
ଜଳରେ ମୁହଁ ସଫାକରି, ଆଖି ତଳ, ଗାଲ, ବେକରେ ପ୍ରଥମେ ଆଲମଣ୍ଡ ତେଲ ମାରନ୍ତୁ । ତିନିଟି
ପାଚିଲା ଡିମିରି, ଏକ ଚାମଚ ଅଟା, ଅଧ ଚାମଚ ଲେମ୍ବୁ ରସ, ଏକ ଚାମଚ ମହୁ ଓ ଗୋଟିଏ ଅଣ୍ଡା
ଏକାଠି ଫେଣ୍ଟି, ମୁହଁ ଏବଂ ବେକରେ ଦଶ ମିନିଟ୍ ମାଲିସ କରି ଧୋଇଦିଅନ୍ତୁ । ଦିନେ ଛାଡି
ଦିନେ ଏ ପରି କଲେ, ତ୍ୱଚା ସୁରକ୍ଷିତ ରହିବ ।
ଶୀତଦିନେ ଅନେକ ଲୋକଙ୍କ ପାଦ ଫାଟି ଥାଏ । ଏହା ଅତି ସାଧାରଣ କଥା ଅଟେ । ପାଦ ଫାଟିଲେ
କଷ୍ଟ ହୁଏ, ପାଣି ବାଜିଲେ ପୋଡ଼େ । ଯତ୍ନ ଅଭାବରୁ ଏ ପରି ହୁଏ । ବଜାରରେ ବିଭିନ୍ନ
ପ୍ରକାରର କ୍ରାକ କ୍ରିମ ଦେଖିବାକୁ ମିଳୁଛି । ତେବେ ଘରୋଇ ଉପଚାର ସବୁଠାରୁ ଭଲ । ଟବରରେ
ଦୁଇ ଲିଟର ଉଷୁମ ପାଣି ଭର୍ତ୍ତିକରନ୍ତୁ । ଏକ କପ ଖିର, ଦୁଇ ବଡ ଚାମଚ ଅଲିଭ କିଂବା
ରାଶି ତେଲ, ଆଠ-ଦଶ ବୁନ୍ଦା ଲେମ୍ବୁ ରସ ଏବଂ ଚିମୁଟାଏ ଡାଳଚିନି ଗୁଣ୍ଡ ମିଶାନ୍ତୁ ।
ଏହି ମିଶ୍ରଣରେ ପାଦ ପନ୍ଦର ମିନିଟ ବୁଡାଇରଖନ୍ତୁ । ପାଦର ଶୁଷ୍କ ଅଂଶରେ ପାଚିଲା କଦଳୀ
ଚକଟି ଲେପ ଦିଅନ୍ତୁ । ଦଶ ମିନିଟ ପରେ ଧୁଅନ୍ତୁ । ଏହା ଦ୍ୱାରା ପାଦ-ଫଟାରୁ ମୁକ୍ତି
ମିଳିବ ।

Comments
Post a Comment