ଅଙ୍ଗୁଳିର ଚାରିପାଖରୁ ଚର୍ମ ଛାଡ଼ିଯାଉଛି କି ? ଆପଣାନ୍ତୁ କିଛି ସରଳ ଉପାୟ . . . .
ଶୀତର ପ୍ରଭାବ ଚର୍ମ ଉପରେ ଅଧିକ ପଡ଼ିଥାଏ । ଶୀତ ଯୋଗୁଁ ଚର୍ମ ଶୁଷ୍କ ହେବାଦ୍ୱାରା
ବିଭିନ୍ନ ସମସ୍ୟା ଦେଖା ଯାଇଥାଏ । ଯାହା ଶରୀରକୁ ଯେକୌଣସି ଭାବେ କଷ୍ଟ ଦେଇଥାଏ । ପାଦ
ଫାଟିବ ଏବଂ ମୁହଁ ଫାଟିବା ଭଳି ସମସ୍ୟା ମଧ୍ୟ ଦେଖାଯାଏ । କିନ୍ତୁ ଏସବୁ ପରେ ମଧ୍ୟ
କିଛି ଛୋଟ ଛୋଟ ସମସ୍ୟା ରହିଛି । ଠିକ ସେହିପରି ଏକ ଛୋଟ ସମସ୍ୟା ହେଉଛି ଆଙ୍ଗୁଠିର
ଚାରି ପାଖରୁ ଚର୍ମ ବାହାରିବା ଯାହା ଆମେ ସମସ୍ତେ ଜାଣି ମଧ୍ୟ ଅଣଦେଖା କରିଥାଉ ।
କିନ୍ତୁ ଏହା ବହୁ ସମୟରେ କଷ୍ଟ ଦେଇଥାଏ । ଏହା ସହିତ ହାତର ସୌନ୍ଦର୍ଯ୍ୟତା ମଧ୍ୟ ନଷ୍ଟ
ହୋଇଥାଏ । ତେବେ ଏହି ସମସ୍ୟାରୁ ରକ୍ଷା ପାଇବା ପାଇଁ କିଛି ଟିପ୍ସ ରହିଛି, ଯାହା
ଦ୍ୱାରା ସମସ୍ୟାର ସମାଧାନ ହୋଇପାରିବ ।
ପ୍ରଥମେ ଏକ କପ୍ ଜଳରେ ଏକ ଟେବଲ ଚାମଚ ଲୁଣ ମିଶାଇ ଗରମ କରନ୍ତୁ । ଏବେ ଏହି ଜଳରେ ହାତ ଏବଂ ପାଦକୁ ୧୦ ମିନିଟ ପାଇଁ ବୁଡ଼ାଇ ରଖନ୍ତୁ । ଏହା କରିବା ଦ୍ୱାରା ଇନଫେକସନ ହେବ ନାହିଁ ।
ପ୍ରଥମେ ଏକ କପ୍ ଜଳରେ ଏକ ଟେବଲ ଚାମଚ ଲୁଣ ମିଶାଇ ଗରମ କରନ୍ତୁ । ଏବେ ଏହି ଜଳରେ ହାତ ଏବଂ ପାଦକୁ ୧୦ ମିନିଟ ପାଇଁ ବୁଡ଼ାଇ ରଖନ୍ତୁ । ଏହା କରିବା ଦ୍ୱାରା ଇନଫେକସନ ହେବ ନାହିଁ ।
– ୩ ଟେବଲ ଚାମଚ ବି-ୱାକ୍ସ ବାମରେ ୨ ଟେବଲ ଚାମଚ
ନଡ଼ିଆ ତେଲ,୨ ଟେବଲ ଚାମଚ ବାଦାମ ତେଲ ଏବଂ ୩ ଟେବଲ ଚାମଚ ମହୁ ମିଶାଇ ହାତ ଏବଂ ପାଦରେ
ମସାଜ କରନ୍ତୁ । ଏହାକୁ ପ୍ରତିଦିନ କରିବା ଦ୍ୱାରା ଏହି ସମସ୍ୟାରୁ ସବୁଦିନ ପାଇଁ
ମୁକ୍ତି ମିଳିଥାଏ ।
– ଆଭାକାଡ଼ୋକୁ ଗ୍ରାଇଣ୍ଡ କରି ଏଥିରେ ନଡ଼ିଆ ତେଲ
ମିଶାଇ ରାତିରେ ଶୋଇବା ପୂର୍ବରୁ ୫ ମିନିଟ ପର୍ଯ୍ୟନ୍ତ ହାତ ଏବଂ ପାଦକୁ ଘସି ସକାଳେ ଧୋଇ
ଦିଅନ୍ତୁ । ସପ୍ତାହରେ ୩ ଥର ଏଭଳି କରିବା ଦ୍ୱାରା ଏହି ସମସ୍ୟାରୁ ମୁକ୍ତି ମିଳିଥାଏ ।

Comments
Post a Comment