ତ୍ୱଚାକୁ ଦିଅନ୍ତୁ ନୂଆ ଚମକ ! ବାହାରକୁ ଯିବା ପୂର୍ବରୁ ଆପଣାନ୍ତୁ କିଛି ଘରୋଇ ଉପଚାର ।
ଆଜିକାଲି ବ୍ୟସ୍ତବହୁଳ ଜୀବନରେ ମହିଳା ବା ପୁରୁଷ
ସମସ୍ତେ ପ୍ରାକୃତିକ ଉପଚାରକୁ ପ୍ରୟୋଗ ନକରି ବଜାରରେ ବିକ୍ରିହେଉଥିବା ପ୍ରସାଧନ
ସାମଗ୍ରୀକୁ ଅଧିକ ବ୍ୟବହାର କରୁଛନ୍ତି । ଏଗୁଡିକର ଦାମ ବେଶି ହେଲେ ବି ଏହାକୁ ବ୍ୟବହାର
କରିବାକୁ ଲୋକମାନେ ଅଧିକ ଆଗ୍ରହ ଦେଖାଉଛନ୍ତି । ଏହା ବେଳେବେଳେ ଆମ ସ୍ୱାସ୍ଥ୍ୟ ପାଇଁ
କ୍ଷତିକାରକ ହୋଇଥାଏ । ଆମ ରୋଷେଇ ଘରେ ବହୁତ ଜିନିଷ ଅଛି, ଯାହା ଆମ ସ୍ୱାସ୍ଥ୍ୟ ସହ
ତ୍ୱଚାର ବି ଫାଇଦା ଦେଇଥାଏ । ସେଥିମଧ୍ୟରୁ ହଳଦୀ ଗୋଟେ ।
ତେବେ ଆସନ୍ତୁ ଜାଣିବା, ହଳଦୀର ବ୍ୟବହାର
ତେବେ ଆସନ୍ତୁ ଜାଣିବା, ହଳଦୀର ବ୍ୟବହାର
ହଳଦୀ ଓ ବେସନ
ଶୀତ ଦିନରେ ତ୍ୱଚା ଅଧିକ ଶୁଷ୍କ ଦେଖାଯାଏ ।
ସେଥିପାଇଁ ପ୍ରଥମେ ପାଂଚ ଚାମଚ ବେସନରେ ଏକ ଚାମଚ ହଳଦୀ ମିଶାନ୍ତୁ ଓ ଚାରି ଚାମଚ
କ୍ଷୀରରେ ଏକ ଚାମଚ ମହୁ ମିଶାନ୍ତୁ । ଏହି ପେଷ୍ଟକୁ ତ୍ୱଚା ଓ ବେକରେ ୧୫-୨୦ ମିନିଟ
ଲଗାନ୍ତୁ । ତା’ପରେ ଧୋଇ ଦିଅନ୍ତୁ । ଦେଖିବେ ତ୍ୱଚାର ଶୁଷ୍କ ପର ଦୂର ହୋଇ ଚମକ ଆଣିବ ।
ହଳଦୀ ଓ ଅଣ୍ଡା
ତ୍ୱଚାର ସୌଦର୍ଯ୍ୟ ବଢାଇବା ପାଇଁ ଏହି ଅଣ୍ଡା ଓ
ହଳଦୀ ପେଷ୍ଟ ବ୍ୟବହାର କରନ୍ତୁ । ତେବେ ପ୍ରଥମେ ଗୋଟେ ଅଣ୍ଡା ସହ ଅଧା ଚାମଚ ବାଦାମ
ତେଲ, ଗୋଲାପ ଜଳ, ଲେମ୍ବୁ ରସ, ହଳଦୀ ନେଇ ଏହାକୁ ଭଲ ଭାବେ ଫେଂଟି ନିଅନ୍ତୁ । ତା’ପରେ
ଏହି ପେଷ୍ଟକୁ ତ୍ୱଚାରେ ୨୦ ମିନିଟ ରଖନ୍ତୁ । ତା’ପରେ ଧୋଇ ଦିଅନ୍ତୁ ।
ହଳଦୀ ଓ ଚନ୍ଦନ
ହଳଦୀ ଓ ଚନ୍ଦନର ଲେପ ତ୍ୱଚାର ରୋମରୁ ତୈଳାକ୍ତ
ଅଂଶ ବହାର କରିବା ପାଇଁ ସହାଯ୍ୟ କରିଥାଏ । ଏହି ପ୍ରଣାଳୀକୁ ପ୍ରସ୍ତୁତ କାରିବା ପାଇଁ ୨
ଚାମଚ ଚନ୍ଦନ ପାଉଡର ସହ ଅଧି ଚାମଚ ହଳଦୀ ଫାଉଡର ଓ ଦୁଇ ଚାମଚ କ୍ଷୀର ମିଶାନ୍ତୁ ।
ତା’ପରେ ଏହି ପେଷ୍ଟକୁ ୧୦-୧୫ ମିନିଟ ତ୍ୱଚାରେ ଲଗାନ୍ତୁ । ଏହି ଲେପ ଶୁଖି ଗଲା ପରେ
ତ୍ୱଚାକୁ ଧୋଇ ଦିଅନ୍ତୁ । ଦେଖିବେ ତ୍ୱଚା ନରମ ଲାଗିବ ।
ହଳଦୀ ଓ ଦହି
ହଳଦୀ ଓ ଦହୀର ପେଷ୍ଟ ତ୍ୱଚାକୁ ସଫା କରିବାରେ
ସହାୟତା ହୋଇଥାଏ । ତେବେ ପ୍ରଥମେ ଅଧି ଚାମଚ ହଳଦୀ ସହ ଏକ ଚାମଚ ଦହି ମିଶାନ୍ତୁ ।
ଏହାକୁ ତ୍ୱଚାରେ ୧୫ ମିନିଟ ପର୍ଯ୍ୟନ୍ତ ରଖନ୍ତୁ । ତା’ପରେ ଏହାକୁ ଧୋଇ ଦିଅନ୍ତୁ ।
ହଳଦୀ ଓ ଲେମ୍ବୁ
ହଳଦୀ ଓ ଲେମ୍ବୁ ପେଷ୍ଟ ବ୍ଲିଚ ଭଳି କାମ କରିଥାଏ
। ଏହି ପ୍ରସ୍ତୁତିକୁ ବନାଇବା ପାଇଁ ଏକ ଚାମଚ ହଳଦୀ ସହ ୨ ଚାମଚ ଲେମ୍ବୁ ମିଶାନ୍ତୁ ।
ଏହି ପେଷ୍ଟ ଆପଣଙ୍କ ତ୍ୱଚାରେ ୨୦ ମିନିଟ ରଖନ୍ତୁ । ତା’ପରେ ଧୋଇ ଦିଅନ୍ତୁ । ଯାହା
ଫଳରେ ଆପଣଙ୍କ ତ୍ୱଚା ସୁନ୍ଦର ଦେଖାଯିବା ସହ ନରମ ଲାଗିବ ।

Comments
Post a Comment