ସୂର୍ଯ୍ୟର ପ୍ରଖର କିରଣରୁ ତ୍ୱଚାକୁ ସୁରକ୍ଷା ଦିଏ ଚକୋଲେଟ୍
ପିଲା ହୁଅନ୍ତୁ କି ବୁଢ଼ା,ଚକୋଲେଟ୍ ଖାଇବାକୁ
ସମସ୍ତଙ୍କୁ ଭଲ ଲାଗେ । କିନ୍ତୁ ପ୍ରଶ୍ନ ଉଠେ କେଉଁ ଚକୋଲେଟ୍ ଦେହ ପାଇଁ କେତେ ଭଲ ?
ଡାକ୍ତରଙ୍କ କହବା ଅନୁଯାୟୀ ହୃଦରୋଗରେ ପୀଡ଼ିତ ଥିବା ଲୋକମାନେ ଚକୋଲେଟ୍ ଖାଇବା ଭଲ ।
ଆସନ୍ତୁ ଜାଣିବା କେଉଁ ଚକୋଲେଟ୍ ଖାଇଲେ କେଉଁ ଉପକାର ମିଳେ ।
ଡ଼ାର୍କ ଚକୋଲେଟ : ଆଣ୍ଟି
ଅକ୍ସିଡ଼ାଣ୍ଟରେ ଭରପୂର ଥିବା ଡ଼ାର୍କ ଚକୋଲେଟରେ ଚିନି, କୋକୋ ବଟର, କୋକୋ ସଲିଡ୍ ଏବଂ
ବହୁତ କମ୍ ମାତ୍ରରେ ଖିର ରହିଥାଏ । ଏହାକୁ ଖାଇଲେ ଟିକେ ମିଠା ଏବଂ ଟିକେ ପିତା ମଧ୍ୟ
ଲାଗେ । ୧୦୦ ଗ୍ରାମ ଡ଼ାର୍କ ଚକୋଲେଟରେ ୭୦ରୁ ୮୫ ପ୍ରତିଶତ କୋକୋ ପାଉଡ଼ର ଥିବାବେଳେ ୧୧
ଗ୍ରାମ ଫାଇବର, ଆଇରନ, ମ୍ୟାଗ୍ନେସିଅମ, କପର ଏବଂ ମାଙ୍ଗାନିଜ ରହିଥାଏ । ଏହା ଆଣ୍ଟି
ଅକ୍ସିଡ଼ାଣ୍ଟର କାମ କରିଥାଏ । ଏହା ରକ୍ତଚାପକୁ ଠିକ୍ ରଖିବା ସହିତ ହୃଦୟ ଜନିତ ରୋଗରୁ
ରକ୍ଷା କରିଥାଏ । ପରୀକ୍ଷାରୁ ଜଣାପଡ଼ିଛି ଯେ ଏହା ରକ୍ତକୁ ଧମନୀରେ ପହଞ୍ଚାଇବା ପାଇଁ
ସହାଯ୍ୟ କରିଥାଏ ।
ସୂର୍ଯ୍ୟ କିରଣରୁ ନିଜ ତ୍ୱଚାକୁ ସୁରକ୍ଷା ଦେବା
ପାଇଁ ମଧ୍ୟ ଏହାକୁ ବ୍ୟବହାର କରାଯାଇପାରିବ । ଥରେ ଚକୋଲେଟ ଫେସିଆଲ କରି ଦେଖନ୍ତୁ,
ଦେଖିବେ ଆପଣଙ୍କର ସ୍କିନ ଗ୍ଳୋ କରିବା ଆରମ୍ଭ କରିବ । ଆପଣ ଦେଖୁଥିବେ ଏବେ
ଚକୋଲେଟ ୱାକ୍ସିଂ ମଧ୍ୟ ଲୋକ କରିବାକୁ ପସନ୍ଦ କରୁଛନ୍ତି । ଏହା ଦ୍ୱାରା ସ୍କିନ୍ ଗ୍ଲୋ
କରିବା ସହିତ କେଶ ତୁରନ୍ତ ଉଠି ନଥାଏ ।
ହ୍ଵାଇଟ ଚକୋଲେଟ୍ : ଏବେ
ଜାଣିବା ହ୍ଵାଇଟ ଚକୋଲେଟ୍ ବିଷୟରେ । ଯଦି ଆପଣ ମୋଟା ହେବାକୁ ଚାହାନ୍ତି ତା ହେଲେ
ହ୍ଵାଇଟ ଚକୋଲେଟ୍ ଖାଇବା ଆରମ୍ଭ କରନ୍ତୁ । ଏଥିରେ ଫ୍ୟାଟ୍ ପରିମାଣ ଭରପୂର ଥିବା ବେଳେ
ଚକୋଲେଟ୍ ନଥାଏ । ଏହାକୁ କୋକୋ ବଟର, ମିଲ୍କ ଫ୍ୟାଟ, ମିଲ୍କ ପାଉଡ଼ର ଏବଂ ଚିନିରେ ତିଆରି
କରାଯାଇଥାଏ । ଏଥିରେ ଲେସିଥିନ ନାମକ ପଦାର୍ଥ ଥାଏ ଯାହାକି ଓଜନ ବଢ଼ାଇବାରେ ସାହାର୍ଯ୍ୟ
କରେ ।
ମିଲ୍କ ଚକୋଲେଟ୍ : ଡ଼ାର୍କ ଚକୋଲେଟ୍ ଭଳି ମିଲ୍କ ଚକୋଲେଟ ମଧ୍ୟ ଦେହ ପାଇଁ ଭଲ । ଏଥିରେ ଚର୍ବି ଏବଂ ଖିରନ୍ତୁଳିତ ପରିମାଣ ଅଧିକ ଥାଏ ଯାହାକି ମସ୍ତିଷ୍କ ପାଇଁ ଅତ୍ୟନ୍ତ ଭଲ 
Comments
Post a Comment