ତନୁପାତଳୀ ଶରୀର ଚାହୁଁଛନ୍ତି କି ? ପିଅନ୍ତୁ ଲାଉ ଜୁସ୍
କିଛି ଲୋକ ଲାଉ ଖାଇବା ପାଇଁ ପସନ୍ଦ କରନ୍ତି
ନାହିଁ କିନ୍ତୁ ଶରୀରକୁ ସୁସ୍ଥ ରଖିିବା ପାଇଁ ଲାଉ ସେବନ କରିବା ଜରୁୁରୀ । ଯଦି ଆପଣ
ଲାଉ ତରକାରୀ ଖାଇବା ପାଇଁ ଆପଣ ପସନ୍ଦ କରୁ ନାହାନ୍ତି, ତେବେ ଲାଉର ଜୁସ୍ ମଧ୍ୟ ପିଇ
ପାରିବେ ।
• ଲାଉରେ ବହୁତ କମ ପରିମାଣର କ୍ୟାଲୋରି ଓ ଫ୍ୟାଟ
ଥାଏ । ଯେଉଁ ମାନେ ପତଳା ହେବା ପାଇଁ ଡାଏଟିଂ କରୁଛନ୍ତି ବା ତନୁପାତଳୀ ଶରୀର
ଚାହୁଁଛନ୍ତି, ସେମାନଙ୍କ ପାଇଁ ଲାଉ ଉପକାରୀ ସାବ୍ୟସ୍ତ ହେବ । ଏହାସହ ଲାଉରେ ଭରପୁର
ପରିମାଣର ଫାଇବର ଥାଏ, ଯାହା ବହୁତ ସମୟ ଧରି ଆପଣଙ୍କୁ ଭୋକରୁ ମଧ୍ୟ ରକ୍ଷା କରେ ।
• କୋଷ୍ଠକାଠିନ୍ୟର ଶିକାର ହେଉଥିଲେ ସକାଳୁ ଉଠି
ଗୋଟିଏ ଗ୍ଲାସ ଲାଉ ଜୁସ୍ ପିଇବା ଦ୍ୱାରା ଏହି ରୋଗରୁ ମୁକ୍ତ ମିଳିଥାଏ । ଲାଉରେ ଥିବା
ପୋଷକ ତତ୍ତ୍ୱ ପେଟକୁ ସଫା ରଖେ ଓ ପାଚନ ସମ୍ମନ୍ଧୀୟ ସମସ୍ୟରୁ ରକ୍ଷା କରିଥାଏ ।
• ଲାଉ ରସକୁ ତେଲରେ ମିଶାଇ ମୁଣ୍ଡରେ ଲଗାଇବା
ଦ୍ୱାରା କେଶ ଝଡୁଥିବା ସମସ୍ୟାରୁ ରକ୍ଷା ମିଳେ । ଏହାସହ ଧଳା ହୋଇଯାଉଥିବା କେଶ ପାଇଁ
ମଧ୍ୟ ଲାଉ ଜୁସ୍ ବହୁତ ଉପକାରୀ ।
• ଲାଉକୁ ମେଦବହୁଳତ ରୋଗୀମାନେ ଖାଲି ପେଟରେ ଲାଉ ସେବନ କରିବା ଦ୍ୱାରା ଆରାମ ମିଳିଥାଏ ଏହାର ଜୁସ୍ ମଧ୍ୟ ମେଦବହୁଳତ ରୋଗୀ ପାଇଁ ବହୁତ ଉପକାରୀ ।

Comments
Post a Comment