ମୁହଁରେ ଲଗାନ୍ତୁ ପରିବା ଫେସ୍ ପ୍ୟାକ୍ ! ଚେହେରାର ଚମକ ହେବ ଦୁଇଗୁଣା
ଆଜିକାଲି ପ୍ରଦୂଷଣ ବଢିବାରେ ଲାଗିଛି । ଯେଉଁଥି
ପାଇଁ ତ୍ୱଚାର ଚମକ ମଧ୍ୟ ଧୀରେ ଧୀରେ କମିବାରେ ଲାଗିଛି । ତ୍ୱଚାରେ ଚମକ ଆଣିବା ପାଇଁ
ବଜାରରେ ବିକ୍ରି ହେଉଥିବା କ୍ରିମକୁ ଲୋକମାନେ ଅଧିକ ବ୍ୟବହାର କରୁଛନ୍ତି । ଏହି କ୍ରିମର
ପ୍ରଭାବ ବହୁ କମ ଦିନ ପାଇ ପଡିଥାଏ । ଏହାର ବ୍ୟବହାର ବନ୍ଦ କରିଦେଲେ ତ୍ୱଚାର ଚମକ
ପୁଣିଥରେ ପୂର୍ବପରି ହୋଇଯାଏ । ଯଦି ଆପଣ ଏହାର ବ୍ୟବହାରକୁ ନେଇ ନିରାଶ ହେଉଛନ୍ତି,
ତେବେ ଭେଜିଟେବୁଲ ପ୍ୟାକ୍ ବ୍ୟବହାର କରନ୍ତୁ । ଯାହା ଆପଣଙ୍କ ତ୍ୱଚାର ରୁକ୍ଷପଣକୁ ଦୂର
କରି ଚମକ ଆଣିଦେବ । ତେବେ ଆସନ୍ତୁ ଜାଣିବା ଏହି ଫେସ ପ୍ୟାକକୁ କିଭଳି ବନାଇବା ଏବଂ
ବ୍ୟବହାର କିପରି କରିବା ।
ଆଳୁ ଫେସ ପ୍ୟାକ- ଆଳୁକୁ
ସରୁ ସରୁ କରି କାଟନ୍ତୁ । ଏଥିରୁ କିଛି ଆଳୁ ନେଇ ଦହି ସହ ପେଷ୍ଟ କରନ୍ତୁ । ତା’ପରେ
ତ୍ୱଚାରେ ୧୦ ବା ୧୫ ମିନିଟ ପର୍ଯ୍ୟନ୍ତ ରଖନ୍ତୁ । ଏହା ପରେ ତ୍ୱଚାକୁ ଧୋଇ ଦିଅନ୍ତୁ ।
ଏହି ପ୍ୟାକକୁ ସପ୍ତାହରେ ଦୁଇ ଥର ବ୍ୟବହାର କରିଲେ, ଆପଣଙ୍କ ତ୍ୱଚାର ଚମକ ଆସିଯିବ ।
ଗାଜର ଫେସ ପ୍ୟାକ- ଗାଜରର
ପେଷ୍ଟ ବନାଇବା ପାଇଁ ପ୍ରଥମେ ଦୁଇ ଚାମଚ ଗାଜର ରସ ନିଅନ୍ତୁ । ଏଥିରେ ଏକ ଚାମଚ ମହୁ
ମିଶାନ୍ତୁ । ତା’ପରେ ଏହାକୁ ତ୍ୱଚାରେ ୨୦ ମିନିଟ ପର୍ଯ୍ୟନ୍ତ ଲଗାନ୍ତୁ । ଏହାପରେ ଧୀରେ
ଧୀରେ ପାଣିରେ ଧୋଇ ଦିଅନ୍ତୁ । ଏହି ଫେସ ପ୍ୟାକକୁ ସପ୍ତାହରେ ଦୁଇ ଥର ବ୍ୟବହାର
କରନ୍ତୁ । ତ୍ୱଚାର ଚମକ ନିଶ୍ଚିତ ଆସିବ ।
ବାଇଗଣ ଫେସ ପ୍ୟାକ –
ପ୍ରଥମେ ବାଇଗଣକୁ କାଟି ଦିଅନ୍ତୁ । ଏହାକୁ ଭଲ ଭାବରେ ପେଷ୍ଟ କରନ୍ତୁ । ଏଥିରେ କିଛି
ଆଲବେରା ଜେଲ ନେଇ ମିଶାନ୍ତୁ । ଆପଣ ଏହି ଫେସ ପ୍ୟାକକୁ ତ୍ୱଚାରେ ୧୫ ମିନିଟ ପର୍ଯ୍ୟନ୍ତ
ରଖନ୍ତୁ । ଏହା ପରେ ତ୍ୱଚାକୁ ଧୋଇ ଦିଅନ୍ତୁ । ଆପଣଙ୍କ ତ୍ୱଚାର ଚମକ ଧୀରେ ଧୀରେ
ଆସିଯିବ ।
ବିଟ ଫେସ ପ୍ୟାକ- ବିଟକୁ
ସରୁ ସରୁ ଭଲ ଭାବରେ କାଟନ୍ତୁ । ତା’ପରେ ବାଟି ଦିଅନ୍ତୁ । ଏଥିରେ ଅଲିଭ ତେଲ ମିଶାନ୍ତୁ
। ଏହାକୁ ତ୍ୱଚାରେ ୧୫ ମିନିଟ ପର୍ଯ୍ୟନ୍ତ ରଖନ୍ତୁ । ତା’ପରେ ପାଣିରେ ଧୋଇ ଦିଅନ୍ତୁ ।
ଏଭଳି ୧୦ ବା ୧୫ ଦିନ ଲଗାନ୍ତୁ । ଦେଖିବେ ଆପଣଙ୍କ ତ୍ୱଚାର ଚମକ ଆସି ଯିବ ।
ମଟର ଫେସ ଫ୍ୟାକ – ମଟର ଫେସ
ପ୍ୟାକ ବନାଇବା ପାଇଁ ୬-୭ ଗ୍ରୀନ ମଟର ନିଅନ୍ତୁ । ଏଥିରେ ଏକ ଚାମଚ ଲେମ୍ବୁ ରସ ସହ
୧/୨ ଚାମଚ ନଡ଼ିଆ ତେଲ ନେଇ ପେଷ୍ଟ କରନ୍ତୁ । ଏହା ପରେ ପାଣିରେ ଧୋଇ ଦିଅନ୍ତୁ । ଏହି
ଫେସ ପ୍ୟାକକୁ ପ୍ରୋୟଗ କରିବା ଦ୍ୱାରା ଆପଣଙ୍କ ତ୍ୱଚା ସୁନ୍ଦର ଦେଖାଯିବା ସହ ଚମକ ମଧ୍ୟ
ଦେଖାଯିବ
Comments
Post a Comment